Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Beuria

Abstract

4.5  

Prasanta Beuria

Abstract

ଅର୍ଦ୍ଧ ସମାପ୍ତ ଜୀବନ

ଅର୍ଦ୍ଧ ସମାପ୍ତ ଜୀବନ

1 min
278


କ'ଣ ଏଇଟା ହିଁ ମୃତ୍ୟୁ ?  

ସବୁ କିଛି ରହିଥିବ,    

ମୁଁ ବି ଥିବି ମୋ ଜୀବନ ବି ଥିବ;  

କିନ୍ତୁ, କେବଳ କିଛି ଲୋକଙ୍କ ସ୍ମୁତିରେ ।    


ଆଶା ରହିଥିବ ପୁନର୍ଜନ୍ମର,    

ଉତ୍ତେଜନା ରହିଥିବ, କିଛି ଗୋଟେ ନ ପାଇବାର,    

ଶରୀର ଚାଲି ଯାଇଥିବ, କିନ୍ତୁ ଅଶରୀର ରହି ଯାଇଥିବ,    

ପୃଥିବୀ ପଡି ରହିଥିବ ବିହଙ୍ଗମ କୋଣରେ, କେବଳ ଦେଖିବା ପାଇଁ, 

ରହିଯାଇଥିବ କିଛି ପିପାସା, ଯାହା ଜଳରେ ମେଣ୍ଟିବ ନାହିଁ । 


କ୍ଷୁଧା ସ୍ୱୟଂକୁ ଭକ୍ଷଣ କରି ଚାଲିଛି,     

ନିଦ୍ରା ଘେରି ରହିଛି ଚେତନାକୁ, 

ମହା ସ୍ୱପ୍ନରେ ଦେଖୁଅଛି ତୁମର ଚେହେରା, 

ମେଘର ଆକୃତି ପରି । 

ଅସୀମତାରୁ ଆହୁରି ଦୂରରେ ,

ଚାହିଁଛି ତୁମକୁ ଚାତକ ପରି ନୁହେଁ ,ନିଜ ପରି ।

 

ମୃତ୍ୟୁ ବି ପୂର୍ଣ୍ଣ କରି ପାରିବନି,    

ଏକ ଅର୍ଦ୍ଧ ସମାପ୍ତ ଜୀବନକୁ !!


Rate this content
Log in

Similar oriya poem from Abstract