Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Beuria

Abstract

4.0  

Prasanta Beuria

Abstract

ଭଙ୍ଗୁର

ଭଙ୍ଗୁର

1 min
170



ହାତ ମୁଠାରେ ନେଇ ତାକୁ ; 

ଲମ୍ବେଇ ଟାଣିଲି,   

ଦିନ ମାସ ବର୍ଷରେ ଗୁନ୍ଥିଲି, 

ଘଟଣା ମାନଙ୍କୁ ତା' ଭିତରେ ଘୁରେଇଲି, 

ଅଟା ପରି ତାକୁ ଚକଟିଲି ।  


ଲମ୍ବା କଲି, 

ଗୋଅଲିଆ କଲି, 

ହାତରେ ଦବେଇଲି ।   


ଭାବନାରେ ଢାଳିଲି, 

କୋଣରୁ, କରରୁ, 

ଯନ୍ତ୍ରଣାରେ କାଟିଲି ।

ଚକ୍ ଖଡ଼ି ଉପରେ ରଖି; 

ତାକୁ ଲେଖିଲି, 

ସଂଶୋଧନ କଲି,

ପରିଚର୍ଯ୍ୟା କଲି ।


ଆକାର ଦେବା ପାଇଁ; 

ତାକୁ ଧୋଇଲି, 

ସୁଖେଇଲି,

ରଙ୍ଗ ଲଗେଇଲି । 


ହାତରେ ଧରି ;  

ତାକୁ ଓଲଟ ପାଲଟ କଲି, 

ସୁଖ ପାଇଁ ସାଉଁଳେଇଲି, 

ତାକୁ ଗେଲ କଲି । 


ସବୁକିଛି କଲି । 

ଏବେ ସମ୍ଭାଳ ଏହାକୁ; 

ଇଏ ଭଙ୍ଗୁର ଅଟେ, 

ଇଏ ଜୀବନ ଅଟେ !!



Rate this content
Log in

Similar oriya poem from Abstract