STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଧୂମ ହୀନ ଦୀପାବଳୀ

ଧୂମ ହୀନ ଦୀପାବଳୀ

1 min
302


      


ଧୂମ ହୀନ ଦୀପାବଳୀ ସଭିଏଁ ପାଳିବା ମିଳି,

ଜଗତ କଲ୍ୟାଣ ହେବ ଦୀପଟିଏ ଦେଲେ ଜାଳି !!


ପ୍ରଦୂଷଣ ନ ହୋଇବ ଜୀବ ନିରୋଗ ରହିବ

ବାଣର ଯେ ବିସ୍ଫୋରଣ ଦେଶରେ ଯେ ନହିବ !!


କର୍ତ୍ତବ୍ୟ ବୁଝିବେ ତାଙ୍କ ଯୁବ ଓ ଯୁବତୀ ଜ୍ଞାନେ

ଦୀପଳି ଜାଳିବା ଗୃହେ ରାଷ୍ଟ୍ର ହିତ ରଖି ମନେ!!


ସୋରିଷ ତେଲରେ ଦୀପ ଆମେ ଗୃହେ ଜାଳି ଦେବା

ଘର ଦ୍ବାର ଦୀପାଳିରେ ବନ୍ଧୁ ଆଲୁଅ କରିବା !!


ପର୍ବ ପରା ବିଜୟାର ଅନ୍ଧାରୁ ଯେ ଆଲୁଅର

ସ୍ବାଗତରେ ରାମଙ୍କର ପର୍ବ ତ୍ରେତୟା ଯୁଗର !!


ଅଟେ ସଂସ୍କୃତି ସଂସ୍କାର ଏ ପର୍ବ ଯୁଗ ଯୁଗର

ପାଳିତ ହୁଏ ତା ଏହୁ ଭାରତବର୍ଷେ ଆମର !!


ହୁଏ ଗୃହେ ଲକ୍ଷ୍ମୀ ପୂଜା ଦୀପାବଳିର ରାତ୍ରରେ

ଗୃହର କାମନା ପୂର୍ଣ୍ଣ ଲକ୍ଷ୍ମୀ କରନ୍ତି ଖୁସିରେ !!


ଗୁଞ୍ଜେ ତ୍ରେତୟା ଯୁଗରୁ ଏଠି ଇତିହାସ ଯାର

ଅପୂର୍ବ ମହିମା ତହୁଁ ଦିଶେ ରାଷ୍ଟ୍ରେ ଯେ ଆମର !!


ଅମୃତ ଏ କାଳ ପୁଣି ରାମ ମନ୍ଦିର ନିର୍ମାଣ

ଲକ୍ଷ୍ୟଲକ୍ଷ୍ୟ ଦୀପାଳିରେ ଦିଶିବ ଅଯୋଧ୍ୟା ପୁଣ !!


ଧୂମ ହୀନ ଦୀପାବଳୀ ଖୁସି ଉତ୍ସାହେ ମାନିବା

ଦେଶ ପ୍ରୀତି ଭକ୍ତି ପାଇଁ ଦୀପାଳି କୁ ହିଁ ଜାଳିବା !!






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract