STORYMIRROR

Dharitri Das

Abstract Inspirational

4  

Dharitri Das

Abstract Inspirational

ଆଲୋକର ପର୍ବ ଦୀପାବଳି

ଆଲୋକର ପର୍ବ ଦୀପାବଳି

1 min
292


କାର୍ତ୍ତିକ ମାସର ଅମାବାସ୍ୟା ତିଥି

   ଦୀପାବଳି ପର୍ବପାଳି

ଆନନ୍ଦ ଲଭନ୍ତି ସଂସାରରେ ଜନେ

    ଦୀପମାନ ଜାଳି ଜାଳି।

ଫୋଟକା ଫୁଟାନ୍ତି ପିଲାମାନେ କେତେ

    ରକମର କିଣି ଆଣି

ଲିଚୁ ଲାଇଟର   ମାଳେ ଝଟକଇ

    ପ୍ରତିଘର କାନ୍ଥ ପୁଣି।

ମାଆମାନଙ୍କୁ ମୋହର ନିବେଦନ

   ଛୋଟ ପିଲା ପ୍ରତି ଧ୍ୟାନ

ରଖିଥିବ ସଦା ନିଜେ ସୂତାବସ୍ତ୍ର 

    କରୁଥିବ ପରିଧାନ।

ଝରଝରି ଫୁଲ   ଝରି ପରିବାଣ

    ଫୁଟାଇବାକୁ ନିର୍ଦ୍ଦେଶ

ଦେଇ ଜଗିଥିବ  ଆତସବାଦୀକୁ

    କରିବନି କେବେ ସ୍ପର୍ଶ।

ବିପଦ ମୁଖରୁ   ଦୁରେଇ ରହିବ

   ବହୁ ସଂଖ୍ୟକ ଦୀପାଳି

ଜାଳିବ ଦୁଆରେ  ସଜାଇ ମୁରୁଜ

    ରେଡି ତେଲକୁ ଢ଼ାଳି।

କାଉଁରିଆ କାଠି ଜାଳି ରାତ୍ରକାଳେ

   ବଡ଼ ବଡୁଆଙ୍କୁ ଡାକି

ହୁଳହୁଳି ହରିବୋଲ ଶବଦରେ

   ପୃଥିବୀ କମ୍ପଇ ବାକି।

ପିଣ୍ଡ ଦାନ କରି   ତୃପ୍ତି କରୁଥିବ

   ପିତୃପୁରୁଷଙ୍କ ଆତ୍ମା

ସନ୍ତୁଷ୍ଟ ହୋଇବେ ମହାଲକ୍ଷ୍ମୀ ମାଆ

    ସହିତରେ ପରମାତ୍ମା।

ପୁରାଣର ଗାଥା କହେ ରାମଚନ୍ଦ୍ର

     ମହାପ୍ରଭୁ ଏହିଦିନ

ବନବାସ ଶେଷ ହେବାରୁ କରିଲେ

   ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ।

ସେହିଁ ଦିନଟିକୁ ମନେ ରଖିବାକୁ

   ସର୍ବତ୍ର ଜନ ଗହଳି

ଆଲୋକର ପର୍ବ ଦୀପାବଳି ଦିନେ

  ଆଲୋକ ମାଳାକୁ ଜାଳି।

ଏତେବଡ଼ ଖୁସି ମଉଳି ନ ଯାଉ

   ଅସାବଧାନତା ହେତୁ

ସତର୍କତା ସହ ପାଳିବା ଏହାକୁ

   ନିୟମ ଅଛି ଯେହେତୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract