STORYMIRROR

Sunanda Mohanty

Abstract Others

4  

Sunanda Mohanty

Abstract Others

ଦୀପାବଳୀ

ଦୀପାବଳୀ

1 min
240


ଜାଗୃତି ପରମ୍ପରା ସଂସ୍କୃତି

ଓଡ଼ିଆର ରୀତିନୀତି

ଦୀପାବଳୀ ଅନ୍ୟତମ ପ୍ରୀତି

ନିର୍ମଳ ମନ ହୃଦ ବାତାବରଣ

ଭୁଲିବାକୁ ସମସ୍ତ ଦୁଃଖ ଗୁଣନ

ଖଣ୍ଡନ କରିବେ ମା କାଳୀ

ପିତୃପୁରୁଷଙ୍କ ସଙ୍ଗେ ମିଳି

ଋତୁ ହେମନ୍ତ ପ୍ରଫୁଲ୍ଲିତ

ଶୋଭା ମଣ୍ଡନେ ବିଭାଜିତ

ନିଜକୁ କରି ପ୍ରତିଷ୍ଠିତ

ନିର୍ମଳ ଆକାଶେ ପୃଥିବୀ ଆଲୋକ

ଜୀବନ ଗଣିତରେ ଏକ ପାରିଜାତ

ଵିଧି ବିଧାନ ସମ୍ମୋହନ ପର୍ବ

ଆଲୋକେ ପିତୃପୁରୁଷଙ୍କ ମୁଖ

ଦର୍ଶନରେ ଶ୍ରଦ୍ଧାରୁ ପଞ୍ଚୁ ପତ୍ର

ପୟା ଶ୍ରାଦ୍ଧ ନାମେ ଆଦୃତ ବହୁତ

କିଏ କୁଆଡେ ଗଲେ ଚାଲି

ପଥ ଓ ପାଥେୟ ନଯିବାକୁ ଭୁଲି

ଦୀପାବଳୀ ଆଲୋକ ଜାଳି

ଅନ୍ଧାରେ ଝୁଣ୍ଟି ନପଡି ମାରି ତାଳି

ଦେଇ ହୁଳହୁଳି ସବୁଜ ବାଣ ମାରି

ପ୍ରଦୂଷଣ ପ୍ରତି ସଜାଗ ହେଇ

ଦେଇ ହରିବୋଲ ହୁଳହୁଳି

ରଙ୍ଗୋଲି ସଜାଇ ବାଢି ଭୋଗଥାଳି

ଚରଣ ବନ୍ଦିବା ଆସ ଧରି ଦୀପ ଥାଳି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract