STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଦୀପାବଳି

ଦୀପାବଳି

1 min
230


ଧନ ତ ଧନ ଦିବ୍ୟତା ଧନ ଦୀପାବଳିରେ

ମନ ବିବେକ ସଚ୍ଚୋଟ ଆଉ ପବିତ୍ର କରେ

କର୍ମକୁ ଧରି ଧର୍ମ ମାଧ୍ୟମେ ବଢ଼ିଲେ ହେବ

କୁକର୍ମ କରି ଅଧର୍ମ କଲେ କିଏ ଆସିବ

     ଭାବରେ ଏହି ଦିନ

ସୁନା ଅଥବା ରୂପା କିଣିଲେ ଆସେ କି ଧନ?୧

ହିଂସାକୁ ଛାଡ଼ି ଅହିଂସା ପଥେ ଯିବାରେ ଆମେ

ପ୍ରକୃତି ଆଜି ଦେଇଛି ପରା ଜନ୍ମ ଏ ଭୂମେ

ଜୀବ ଭିତରେ ଶ୍ରେଷ୍ଠ ବୋଲି ତ ବୁଦ୍ଧି ବିଚାର

ମିଛ ନାମରେ ଧନତେରାତ୍ ସବୁ ହିଁ ଛାର

      କର୍ମରେ ଲକ୍ଷ୍ମୀ ଦାସ

ଶୁଦ୍ଧ ଭାବନା ପ୍ରତିଭା ଥିଲେ କୁବେର ବଶ।୨

ସଭିଙ୍କ ଆଜି ବଢୁରେ ସଦା ରୋଜଗାରକୁ

ଉପଭୋଗରେ ନ ଯାଇ ଗଲେ ପୂରା ତ୍ୟାଗକୁ

ଘର ଭିତରୁ ସହର ପୁଣି ଦେଶ ବିଦେଶେ

ସମ୍ମାନ ଆସି ଗୁନ୍ଥି ହୋଇବ ନିଜର ପାଶେ।

      ତତ୍ପର କର୍ମେ ଯିବା

ଦୀପାବଳିରେ ଅଭୀଷ୍ଟ ଆମ ନିଶ୍ଚେ ପାଇବା।୩

ସାଧବ ପୁଅ ଜୀବନ କାଳେ ଦିନରେ ଏଠି

ଦେଶ ବିଦେଶେ ବାଣିଜ୍ୟ କରି ଧନର କୋଠି

ଆମର ଏବେ ଦୀପାବଳିର ମାନ୍ୟତା ପାଇ

ସୁନା ଗହଣା କିଣିବା ବ୍ୟସ୍ତ ନୁହେଁ କି ଭାଇ।

       ବଡ଼ ପବିତ୍ର ଭାବୁ

ଆନେଇଁ ଥାଉ ଟଙ୍କାକୁ ସଞ୍ଚି ଧନ ଆଣିବୁ।୪

ବିନା କର୍ମରେ ଧନ କି ଆସେ ଗୋଡ଼ ତଳକୁ

ପାଣି କି ଯାଇ କାହା ପାଟିରୁ ନିଜ ପେଟକୁ

ବାଘ ପାଟିକୁ ଯାଏ କି ମାଂସ ଆଁ'ଟା କଲେ 

ଅକର୍ମା ହୋଇ ପେଟ କି ପୂରେ ବସି ରହିଲେ 

       ଜଗତ ପାଇଁ ସବୁ 

ପ୍ରେମରେ ବସି କର୍ମରେ ଗଲେ କଲ୍ୟାଣ ଭାବୁ।୫

ଆଜି ଆସିଛି ଦୀପାବଳିରେ ଶପଥ ନେବା

କିଛି ନ କିଣି ଯା'ଦରକାର ତାକୁ ଆଣିବା

ଦୀପାବଳିରେ ଦୀପ ଜଳାଇ ଜଗତ ପାଇଁ

କଲ୍ୟାଣ ହେଉ ପ୍ରାଣୀ ଉଦ୍ଭିଦ ଏ ଭାବ ଥୋଇ

        ଧନତେରାତ ନୁହଁ

ମର୍ତ୍ତ୍ୟରେ ସବୁ ସୁଖୀ ହୁଅନ୍ତୁ ଏମିତି ଚାହଁ।୬

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract