STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ନିର୍ଭୀକ ହୋଇଣ

ନିର୍ଭୀକ ହୋଇଣ

1 min
164


ସତ୍ୟପଥେ ଚାଲ ନିର୍ଭୀକ ହୋଇଣ


କର୍ମପଥେ ଚାଲ ନିସ୍ବାର୍ଥୀ ହୋଇଣ


ଧର୍ମପଥେ ଚାଲ ଜ୍ଞାନୀଟି ହୋଇଣ


ପ୍ରଭୁଙ୍କର ଭକ୍ତି ଜୀବନ ଦର୍ପଣ !!


ଜନସେବା ଅଟେ ପବିତ୍ର କର୍ମରେ


ଦେଶସେବାଅଟେ ମନୁଷ୍ୟଧର୍ମରେ


ଦୁର୍ଲ୍ଲଭ ଜୀବନେ ଅମୂଲ୍ୟ ସଂସାରେ


ପ୍ରେମଭକ୍ତିଅଟେ ଦୁର୍ଲ୍ଲଭ ରାସ୍ତାରେ !!


ପ୍ରେମ ଭକ୍ତି ବଳେ ପ୍ରଭୁଙ୍କୁ ପାଇବୁ


ଜ୍ଞାନ ବଳେ ତୁହି ଜଗତଜୀତିବୁ


ନିସ୍ବାର୍ଥୀ ହୋଇଣ କାର୍ଯ୍ୟକରୁଥିବୁ


ସମସ୍ତ ବୈଭବ ତୁ ଦେଶେ ଆଣିବୁ !!


ରାଷ୍ଟ୍ର ଭକ୍ତି ପ୍ରୀତି କର୍ତ୍ତବ୍ୟ ଜୀବନେ


ରହୁ ଜନସେବା ଜନତା କଲ୍ୟାଣେ


ଗୁଞ୍ଜୁ ସମଭାବ ହୃଦୟରେ କଣେ


ପ୍ରଭୁଭକ୍ତି ରହୁ ମନୁଷ୍ୟ ଉଦ୍ୟାନେ !!


ରହୁ ସତ୍ୟପଥ ଜୀବନ ଯାତ୍ରାରେ


ଆତ୍ମନିର୍ଭର ଟି କର୍ମର ପଥରେ


ଶିକ୍ଷାମାତୃଭାଷା ରହୁ ଜୀବନରେ


ଆତ୍ମବିଶ୍ବାସଟି ମନୁଷ୍ୟ ଶରୀରେ !!


ନିର୍ଭୀକ ହୋଇଣ କାର୍ଯ୍ୟ କରୁଥିବା


ବିଶ୍ବଗୁରୁ ଭାଇ ରାଷ୍ଟ୍ରକୁ କରିବା


ଦେଶରଗୌରବ ନିତ୍ୟେ ଗାଉଥିବା


ନ୍ୟାୟପକ୍ଷେବନ୍ଧୁ ଠିଆହୋଇଥିବା !!


ମନୁଷ୍ୟ ଜୀବନ ଦୁର୍ଲ୍ଲଭ ଜୀବନ


କର୍ମର ନିମନ୍ତେ ମନୁଷ୍ୟ ସୃଜନ


ସେବା ପିତୃମାତୃ ଜୀବନେ ଚନ୍ଦନ


ରାଷ୍ଟ୍ରହୀତେକାର୍ଯ୍ୟ ଜୀବନେମହାନ !!


ଗୃହ କାର୍ଯ୍ୟେ ରହୁ ମନ୍ତ୍ର ସମଭାବ 


ଅତିଥି ସତ୍କାର ଗୃହର କର୍ତ୍ତବ୍ୟ

  

କାଳିଆରେ ରହୁ ନିତି ଭକ୍ତିଭାବ


ନିର୍ଭୀକହୋଇଣ କାର୍ଯ୍ୟେପ୍ରେମଭାବ !!


ହୃଦୟରେ ଗୁଞ୍ଜୁ କୃଷ୍ଣ ରାମ ନାମ


ଜଗା ଜଗା ଗୁଞ୍ଜୁ ସେ ଚକାନୟନ


ସଂସ୍କାର ସଂସ୍କୃତି ଜୀବନର ଧ୍ୟାନ


ବୈଭବରେ ପୁରୁ ଭାରତ ଭୁବନ !!


ଅମୃତ କାଳ ଏ ନିର୍ଭୀକେ ରହିବା


ନୂଆ ଇତିହାସ ଭାଇ ଲେଖୁଥିବା


ରାଷ୍ଟ୍ରହୀତେବନ୍ଧୁ କବିତା ଲେଖିବା


କର୍ତ୍ତବ୍ୟପଥରେ ନିତ୍ୟେଚାଲୁଥିବା !!






Rate this content
Log in

Similar oriya poem from Abstract