STORYMIRROR

Chittaranjan Nanda

Abstract Inspirational Others

3  

Chittaranjan Nanda

Abstract Inspirational Others

ପବିତ୍ରତା ପ୍ରେମରୁ ଶିକ୍ଷା କରିବା

ପବିତ୍ରତା ପ୍ରେମରୁ ଶିକ୍ଷା କରିବା

1 min
136


କିଛି ଦିନର ଜୀବନ,

ସମୟ ଗଡ଼ି ଚାଲିଛି,

ମୁଁ ଜାଣେନା କେବେ ଆସିବ ଡାକରା,

କାହିଁକି ମନେ ଦୁଃଖ ଆଣିବା,

ହସିବା, ହସି ଜୀବନ କଟାଇବା।


ଦେଖ ପୃଥିବୀ ମାତାଙ୍କୁ,

ସବୁଜିମା ସବୁ ନିର୍ଦ୍ଦୟ ଭାବରେ,

ନଷ୍ଟ କରି ଦେଇଛୁ ଆମେ,

ଶ୍ରେଷ୍ଠ ମଣିଷ ବୋଲାଇ,

ନାହିଁ ଆଉ ସେମିତି ବର୍ଷା,

ବରଫ ରାଶି ତରଳୁଛି,

କାଳବୈଶାଖୀର ଆନନ୍ଦର ନାଦ, 

ସୃଷ୍ଟି ବିଲୟର ଶଙ୍ଖନାଦ ?

ଦୁଃଖରେ ମ୍ରିୟମାଣ ପୃଥିବୀ ମାତା,

ତଥାପି ପୃଥିବୀ ମାତାଙ୍କ,

ଅଛି କି ଉପରକୁ କାନ୍ଦ?

ଶିଳ୍ପ ଓ ନିର୍ଜୀବ ସ‌ହର ଶେଯରେ,

ବିଶ୍ୱ ପରିବେଶ ଆଜି ଦୂଷିତ,

ଆବିଳତାପୂର୍ଣ୍ଣ ନଗ୍ନତା ଭିତରେ,

ମଣିଷର ଖେଳ ପାଇଁ 

ଧର୍ଷିତା ବନାନୀ, 

କରୁଣ ଚିତ୍କାରେ ପ୍ରତିଧ୍ବନିତ 

ପ୍ରେମ ସତ୍ୟ ଶିବ ସୁନ୍ଦର 

ବଳେ ବଳୀୟାନ,

ପୃଥିବୀ ମାତା ରହିଛି ହୋଇ ସୁମଧୁର,

ପବିତ୍ରତା ପ୍ରେମରୁ କଣ ଶିକ୍ଷା କରିପାରିବାନି କିଛି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract