ନାରୀ
ନାରୀ
ନାରୀ ଯାଏନା କେବେ ସେ ହାରି
ଦୁନିଆ ରହେ ଯହିଁ ତାହାରି ହାତରେ
ତାକୁ କିଏ ଯିବ ଆଉ ପାରି
ଅବଳା ନିର୍ବଳା ଭାବ ନାହି ତାକୁ
ମୁଣ୍ଡ ନୁଆଁଏ ତା ପାଖେ ହରି ।।
କେତେ ଯେ ବେଦନା
କେତେ ଯେ ଯାତନା
ସହେ ସେ ଜୀବନେ
ପାରିଛ କି ତୁମେ ଜାଣି
ଦୁନିଆ ଲାଗଇ କୁତ୍ସିତ କିଞ୍ଚିତ
ସଭିଏଁ ତା ପାଖେ ଋଣି। ।
କେତେ ସେ ସହିଷ୍ଣୁ , କେଡେ ସେ ବିଚିତ୍ର
ଭାବିଛକି କେବେ ମନେ
ଭାବନାହିଁ ତାକୁ ଅବଳା ନିର୍ବଳା
ଶକତି ଜାଣ ନାହିଁ ଯେବେ ଜନେ ।।