STORYMIRROR

Tapas Tripathy

Tragedy

3  

Tapas Tripathy

Tragedy

ଶେଷ ଇଛା

ଶେଷ ଇଛା

1 min
175

ମିଛ କଳହରେ ପାପର ସହରେ 

ଯାଇଛି ଏଠି ମୁଁ ପଡ଼ିରେ 

ତୋ ଦାଣ୍ଡ ଧୂଳିକୁ ଦେଖିବା ପାଇଁକି

ଯାଉନି ପାରି ମୁଁ ଛାଡିରେ ।


ପାପ ବାଉଁଶକୁ ଗୋଟାଇ ଗୋଟାଇ 

ମୁଁ ସରଗକୁ ବାନ୍ଧେ ସିଡିରେ

ପାପ କଳସ ଯେବେ ପୂର୍ଣ୍ଣ ହୋଇବ ମୋ 

ତଳକୁ ଯିବି ମୁଁ ପଡିରେ ।


ଜୀବନର ଇଛା ଲାଗେରେ ଅନିଛା 

ଯାଆନ୍ତା କି ଆତ୍ମା ଛାଡିରେ 

ଶେଷ ବେଳେ ଟିକେ କରୁଣା କରିବୁ

ଟାଣିବି ତୋ ରଥ ଭିଡିରେ 

ଟାଣିବି ତୋ ରଥ ଭିଡିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy