STORYMIRROR

Tapas Tripathy

Tragedy

3  

Tapas Tripathy

Tragedy

ପ୍ରାଣଧନ

ପ୍ରାଣଧନ

1 min
179

ଏ ଜୀବେ ଜୀବନ ଥାଉ ନଥାଉ 

ନିତି ତୁମ ନାମ ଗାଉଥାଉ 

ଏ ଦେହେ ଆତ୍ମା ରହୁ ନରହୁ 

 ତୁମ ପାଶେ ସେ ନିତି ଯାଉଥାଉ। ।


ମୋର ମୋର ବୋଲି ସବୁ କହୁଥାଏ ତୁଣ୍ଡ 

ଛାଡିଗଲେ ମୁଁ ଯେ ଏଠୁ ସବୁ ହେବ ଖଣ୍ଡ 

ତୋ ଛଡା ସବୁ ପରା ଲାଗନ୍ତିରେ ଭଣ୍ଡ 

 ନେବୁ ମୋତେ ତୋର ପାଶେ , ସବୁ ଶେଷେ 

ଯେବେ ଲୋକେ ହେଇଥିବେ ରୁଣ୍ଡ ।।


ତୋ ପାଖେ ଯିବାକୁ କିଆଁ ମୋତେ ଭାରି ମନ 

ନେଇ ମୋରସବୁ ପାପ କର୍ମ, ଭରିଦେ

ମୋ ଦେହେ ଭକ୍ତି ଗୁଣ

ଋଣି ହୋଇଥିବ ଏଇ ଅଲୋଡା ମଣିଷ 

କରିବି ତୁମର ଗୁଣଗାନ, 

ଆହେ ମୋର ପ୍ରିୟ ପ୍ରାଣଧନ 

ଆହେ ମୋର ପ୍ରିୟ ପ୍ରାଣଧନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy