STORYMIRROR

Tapas Tripathy

Romance Tragedy Others

3  

Tapas Tripathy

Romance Tragedy Others

ପ୍ରେମ ପ୍ରଣୟ

ପ୍ରେମ ପ୍ରଣୟ

1 min
151

ପ୍ରେମ ପ୍ରଣୟକୁ ମୁଁ ଯେ ମନ ଅରଣ୍ୟେ ଖୋଜେ 

ବିନା ଶ୍ରାବଣରେ କାହିଁ କୁହ ମନ ମୋର ଭିଜେ 

ତୁମେ ନାହଁ ସିନା ପାଶେ ମୋର ଆଜେ

ବିଷାଦର କାରଣ ମୁଁ , ଖୋଜେ ନିଜେ ନିଜେ ।


ବିଡମ୍ବନାରେ ମୁଁ ଯେ ଆଜି ଅଧିର ହେଉଛି

ଆଶ୍ୱାସନା ତୁମ , ଭାଗ୍ଯେ ମୋ ମନ୍ଦିର ତୋଳିଛି

 କୁହ କେବେ ବିରହ ମୋ ଲାଘବ ହୋଇବ ସାଥି 

 ବିନା ତୁମ , ମନ ଯେ ଆଜି ଭାରି ଅସ୍ଥିର ହେଉଛି ।।


ତୁମେ ଯେବେ ନାହଁ ଏ ଜୀବନେ 

 ପ୍ରାଣ ଲାଗେ ଆଜି ମୋତେ ଅବାଞ୍ଛିତ ,

 ଅନୁଭବ ହୁଏ ପ୍ରେମ ଅନନ୍ତର 

ତୁମେ ସ୍ମୃତି ଯେ ଇତସ୍ତତ ବିଚ୍ଛୁରିତ 

ଶୁଭିଯାଏ ମୋତେ ପ୍ରେମସ୍ରୋତ ସ୍ବର ଖାଲି

ତୁମ ସ୍ବର ଯେ ଗଗନେ ସଞ୍ଚାରିତ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance