ପ୍ରେମ ପ୍ରଣୟ
ପ୍ରେମ ପ୍ରଣୟ
ପ୍ରେମ ପ୍ରଣୟକୁ ମୁଁ ଯେ ମନ ଅରଣ୍ୟେ ଖୋଜେ
ବିନା ଶ୍ରାବଣରେ କାହିଁ କୁହ ମନ ମୋର ଭିଜେ
ତୁମେ ନାହଁ ସିନା ପାଶେ ମୋର ଆଜେ
ବିଷାଦର କାରଣ ମୁଁ , ଖୋଜେ ନିଜେ ନିଜେ ।
ବିଡମ୍ବନାରେ ମୁଁ ଯେ ଆଜି ଅଧିର ହେଉଛି
ଆଶ୍ୱାସନା ତୁମ , ଭାଗ୍ଯେ ମୋ ମନ୍ଦିର ତୋଳିଛି
କୁହ କେବେ ବିରହ ମୋ ଲାଘବ ହୋଇବ ସାଥି
ବିନା ତୁମ , ମନ ଯେ ଆଜି ଭାରି ଅସ୍ଥିର ହେଉଛି ।।
ତୁମେ ଯେବେ ନାହଁ ଏ ଜୀବନେ
ପ୍ରାଣ ଲାଗେ ଆଜି ମୋତେ ଅବାଞ୍ଛିତ ,
ଅନୁଭବ ହୁଏ ପ୍ରେମ ଅନନ୍ତର
ତୁମେ ସ୍ମୃତି ଯେ ଇତସ୍ତତ ବିଚ୍ଛୁରିତ
ଶୁଭିଯାଏ ମୋତେ ପ୍ରେମସ୍ରୋତ ସ୍ବର ଖାଲି
ତୁମ ସ୍ବର ଯେ ଗଗନେ ସଞ୍ଚାରିତ ।।