Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Romance

4  

Jayashree Maharana

Romance

ଅମାନିଆ ଏଇ ବର୍ଷା

ଅମାନିଆ ଏଇ ବର୍ଷା

1 min
388


ଅମାନିଆ ଏଇ ବର୍ଷା     ତା ଦୁଷ୍ଟାମୀ ନିଆରା

ରିମିଝିମି ଗୀତ ଗାଇ     ଦିଏ ଖାଲି ଇସାରା ।

ଇସାରାରେ ହୃଦୟରେ  ଖେଳିଯାଏ ଆବେଗ

ଆବେଗ ସେ ମିଠା ମିଠା  ପୀରତିର ତରଙ୍ଗ ।।


ତନୁ ପ୍ରାଣେ ଶିହରଣ    ନାଚେ ମନ ମୟୂରୀ

ଯେତେ ଭିଜେ ଉଙ୍କିମାରେ  ଭାବନାର ଭଉଁରୀ ।

ଭଉଁରୀରେ ମନ ଖୋଜେ  ଅଜଣା ସେ ସାଥିକୁ

ହାତ ଧରି ବାଟ ଚାଲି    ଦୁଃଖ ଭୁଲିଯିବାକୁ ।।


ନୂଆ ନୂଆ ଉନ୍ମାଦନା     ହୃଦେ ପ୍ରୀତି ଦହନ

ସିକ୍ତ ଓଠେ ତୃଷ୍ଣା କେତେ   ଆଖିଧାରେ ସପନ ।

ସପନର ବେଳାଭୂମି      ଲାଗେ ଭାରି ରଙ୍ଗୀନ

ଅଜଣା ରାଇଜେ କାହିଁ    ଝୁମି ଉଠେ ଜୀବନ ।।


ବିଭୋର କରେ ଏ ବର୍ଷା   ବୁଣିଦିଏ ପୁଲକ

ମଉନା ମନରେ ଭରି     ପୀରତିର ଝଲକ ।।



Rate this content
Log in

Similar oriya poem from Romance