Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Romance

4  

DILIP KUMAR SAHOO

Romance

ପ୍ରିୟାର ଓଢଣୀ

ପ୍ରିୟାର ଓଢଣୀ

1 min
502



ବେଳେବେଳେ

ମନରେ ପ୍ରଶ୍ନ ଉଠେ 

ତୋ ସହିତ କଥା ପଦେ

ହେବାପାଇଁ ମୁଁ ଏତେ

ବ୍ୟାକୁଳ କାହିଁକି ?

ତୋ ଓଢଣୀରେ ମୁହଁ ଘୋଡେଇ

ତୋ ମୁହଁକୁ ପଢିବା ପାଇଁ 

କାହିଁକି ଅସ୍ଥିର ?

ବେଳେବେଳେ

ମନରେ ପ୍ରଶ୍ନ ଉଠେ 

ତୋତେ ପଲକ ପାଇଁ 

ଦେଖବା ନିମନ୍ତେ

ମୁଁ ଏତେ ବ୍ୟଗ୍ର କାହିଁକି ?

କାହିଁକି ବ୍ୟଗ୍ର ଚଗଲା ପବନ

ଉଡେଇ ନେଇଥିବା ତୋ ଓଢଣୀକୁ

ସାଉଁଟି ଆଣି ତୋ ଦେହରେ

ଘୋଡେଇ ଦେବାପାଇଁ!

କାହିଁକି ଉଛନ୍ନ ତୋ ଓଢଣୀରେ

ଆମେ ଦିହେଁ ମୁହଁ ଘୋଡେଇ

ଘଣ୍ଟା ଘଣ୍ଟା ନୀରବରେ ବସିବା ପାଇଁ ?

ଇଏ ମୋ ପାଇଁ

ଲକ୍ଷେ ଟଙ୍କିଆ ପ୍ରଶ୍ନ !

କେମିତି ବୁଝେଇ ପାରିବି

ତୋ ସହିତ କଥା ପଦେ ହେଲେ

କେତେ ଖୁସି ଲାଗେ ,

ପଲକ ପାଇଁ ତୋତେ ଦେଖିଦେଲେ

କେତେ ଶାନ୍ତି ଲାଗେ ।

ସମୟ ଜାଣେ କେତେଦିନ ଯାଏ

ମୋତେ ଏମିତି ସୁଯୋଗ ମିଳୁଥିବ ,

ସେହି ଖୁସି ଆଉ ଶାନ୍ତି

ସାଉଁଟିବାକୁ ।

ତୋର ସେହି କମକୁଟା

ନାଲି ଓଢଣୀକୁ ଦେଖି

ଆନନ୍ଦ ରେ ଆନମନା ହେବାପାଇଁ

କେବେ ସୁଯୋଗ ମିଳିବ

ତୋ ଓଢଣୀକୁ ଓଢଣା କରି

ମୋ କୁଡିଆକୁ ସ୍ବାଗତ

କରିବାପାଇଁ ।



Rate this content
Log in

Similar oriya poem from Romance