STORYMIRROR

Subhalaxmi Nayak

Romance

4  

Subhalaxmi Nayak

Romance

ଶେଷ ଫଗୁଣ ଚିଠି

ଶେଷ ଫଗୁଣ ଚିଠି

1 min
618

ଆଜି କାହିଁ ବେଶୀ ମନେ ପଡ଼ୁଥିଲ

ମନେ ଉଙ୍କି ମାରୁଥିଲା ତୁମ କଥା

ଦୂରକୁ ଚାଲି ଯାଇଛ ତୁମେ ସିନା

ମନେଅଛି ତୁମର ସେଇ ପୁରୁଣା ଠିକଣା।


ଚିଠିଟିଏ ଲେଖିଥିଲି ଶେଷ ଦେଖା ଦିନ

ବହୁତ ସହଜରେ ତୁମେ ଭାଙ୍ଗିଦେଇ ମନ

ଅଫେରନ୍ତା ପଥର ଯାତ୍ରୀ ସାଜି ଗଲ

ଥରୁଟିଏ ଅନ୍ତତଃ ମୋ କଥା ନ ଭାବିଲ!


ଲେଖିଦେଲି ଗ୍ଳାନି ସବୁ ଶବ୍ଦ ଆକାରରେ

କ୍ଷୋଭ ଥିଲା ଯାହା ଚିଠିରେ ଉତାରେ

କିନ୍ତୁ ଚିଠି ସବୁ ସାଇତା ରହିଯାଏ

ପ୍ରତିଥର ଶେଷ ବୋଲି ଭ୍ରମରେ ପଡ଼ିଯାଏ।


ଏମିତି ଏକାକୀ କେତେ ଦିନ ଚାଲୁଥିବି?

ତୁମ ନୂଆ ଠିକଣା କେବେ ତ ପାଇବି

ଚିଠି ନୁହେଁ ନିଜକୁ ଉପହାର ଭାବରେ

ସମର୍ପି ଦେବି ନିଜକୁ ଅତି ସନ୍ତର୍ପଣରେ।


ଫଗୁଣ ଥିବ ଆଉ ଫଲଗୁ ଥିବ

ବସନ୍ତେ ମଳୟ ପୁଷ୍ପ ସମ୍ଭାର ହେବ

କୋକିଳ ଗାଉଥିବ ବସି ପ୍ରେମର ରାଗିଣୀ

ରାହାସ ଲୀଳାରେ ମସଗୁଲ ଥିବ ଧରଣୀ।


ମୁଁ ଥିବି ତୁମ ବାହୁବନ୍ଧନ ଭିତରେ

ପଡ଼ି ନ ଯିବି ମୋହମାୟା ଚକ୍ରବ୍ୟୁହରେ

ଏତିକି ବିନତି ବିଶ୍ଵନିୟନ୍ତାଙ୍କ ଚରଣ ପଦ୍ମରେ

ତୁମେ ହୁଅ ମୋର ପ୍ରତିଟି ଜନ୍ମରେ।


ମନକଥା ଖୋଲି ଶବ୍ଦ ଆକାରେ ସଜେଇ

ତୁମ ଅନାବିଳ ପ୍ରେମରେ ନିଜକୁ ହଜେଇ

ପଢ଼ୁଛି ପୃଷ୍ଠା ପରେ ପୃଷ୍ଠା ଓଲଟାଇ

ମୋ ଠିକଣାର ଶେଷ ଫଗୁଣ ଚିଠି....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance