STORYMIRROR

Subhalaxmi Nayak

Romance

4  

Subhalaxmi Nayak

Romance

ପ୍ରେମର ଆଧାର

ପ୍ରେମର ଆଧାର

1 min
354

ଏଇ ବନଲତା ପାହାଡ଼ ଗହଣରେ

ତୁମ ସାଥେ ବସି 

ଭବିଷ୍ୟତକୁ ଆକଳନ କରିବା ପ୍ରୟାସରେ 

ତୁମ ସାଥେ ବସି

ଆଗାମୀ ଦିନର ଜୀବନର ସମୀକ୍ଷା କରୁ କରୁ

ଗୁନ୍ଥି ହୋଇଯାଏ ଅନେକ ଅସଜଡ଼ା ସ୍ମୃତି।


ଝରଣାଟିଏ ପରି ଲୋଟିଯାଏ କେତେବେଳେ

ତୁମ ବାହୁ ବନ୍ଧନରେ

ପକ୍ଷୀଟିଏ ପରି ବସାକୁ ଫେରିବା ଆଶା ନେଇ

ମନ ମୋର ମଜ୍ଜି ଯାଏ

ତୁମକୁ ହାତ ପାହାନ୍ତାରେ ପାଇ।


ଉପସ୍ଥିତି ପ୍ରକୃତି କୋଳରୁ

ଘେନି ଯାଏ ଉଭୟଙ୍କୁ

ଏକ ନୂଆ ପୃଥିବୀ ସନ୍ଧାନରେ

ଯେଉଁ ପୃଥିବୀର ଆଧାର ହିଁ ପ୍ରେମ !

ଖୋଜୁଥାଏ ଗୋଟିଏ ଛୋଟ ଆଶ୍ରା

ତୁମେ, ମୁଁ ଆଉ ଆମ ସ୍ୱପ୍ନକୁ

ବାସ୍ତବରେ ରୂପାୟିତ କରିବାକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance