STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ଲେଖକ

ଲେଖକ

1 min
214

କି ଅଦ୍ଭୁତ ଏ ଲେଖକ ଜୀବନ ସତେ!

କଳ୍ପନାର ଖୁବ୍ ଆଦର ଏଠି

ମିଛ ମୁଖାର ଜୋର୍ ଚାଲେ ଏଠି

ଆଉ ସତ ଲୁଚିଯାଏ

ଭାବନା ରାଇଜର ସେଇ ଦୋଛକିରେ 

ତା'ର ଆବଶ୍ୟକତା ନାହିଁ ଏ ପରିପ୍ରେକ୍ଷୀରେ

କାରଣ,

ସେ ଯେ ସାମାଜିକ ହୋଇ ପାରିବ ନାହିଁ।


କି ଅଦ୍ଭୁତ ଏ ଲେଖକ ଜୀବନ ସତେ!

ଶବ୍ଦମାନଙ୍କର ଆଦର ଏଠି

ନିଷ୍ପ୍ରଭ ଦିଶେ ମଣିଷର ମନ ତାହାରି ଭିତରେ

ଆଉ ପ୍ରହେଳିକା ହୋଇଯାଏ

ମଣିଷ ପ୍ରକୃତିର ଅଦେଖା ରୂପ ହୋଇ

କାରଣ,

ସେ ଯେ ଆପଣାର ହୋଇ ପାରିବ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract