STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ରହସ୍ୟ

ରହସ୍ୟ

1 min
190

ରହସ୍ୟ!

ଏଇ ଜୀବନର ଆରମ୍ଭ

ରହସ୍ୟ!

ଏଇ ଜୀବନରେ ବିରାମ

ରହସ୍ୟ!

ଏଠି ପାରିପାର୍ଶ୍ବିକ ପରିବେଶ

ରହସ୍ୟ!

ସୁଦୂର ଆକାଶ ଓ ମହାକାଶ

ରହସ୍ୟ!

ନିଶାନ୍ତର ନୀରବତା

ରହସ୍ୟ!

ଆଧିଭୌତିକ ବାସ୍ତବତା

ରହସ୍ୟ!

ମରୁଭୂମିରେ ମରୀଚିକାର ଉପସ୍ଥିତି

ରହସ୍ୟ!

ଦୂର ଦିଗନ୍ତର ପରିବ୍ୟାପ୍ତି

ରହସ୍ୟ!

କାଳର କରାଳ ଦୃଷ୍ଟି 

ରହସ୍ୟ!

ଏଇ କୋଟି ବ୍ରହ୍ମାଣ୍ଡର ସୃଷ୍ଟି

ରହସ୍ୟ!

ଅତଳ ସାଗର ଗର୍ଭ

ରହସ୍ୟ!

ଏଇ ଭୂତଲୋକରେ ଅନେକ ସନ୍ଦର୍ଭ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract