STORYMIRROR

Subhalaxmi Nayak

Tragedy

3  

Subhalaxmi Nayak

Tragedy

ପର ଆପଣା

ପର ଆପଣା

1 min
232

ଗୋଟିଏ ଅଦିନିଆ ଝଡ଼ ଯେବେ

ଜୀବନରେ ଅଚାନକ ମାଡ଼ି ଆସେ 

ମଣିଷର ସବୁକିଛି ଛାରଖାର କରି

ନିଜ ବାଟରେ ଫେରିଯିବାକୁ ବସେ।


ସବୁ କିଛି ହରାଇ ସେ ମଣିଷ

ବଞ୍ଚୁଥାଏ ମନର କୋହକୁ ସମ୍ଭାଳି 

ଝଡ଼ ସିନା ଚାଲିଗଲା ବାଟେ

ଲୁହ ଦେଇଗଲା ଆଖିରେ ଉଝାଳି।


ଥକି ଯାଏ ପାଦ ତା'ର 

କିଛି ବାଟ ଅତିକ୍ରମ କରି 

ହତାଶାର ମାୟା ତାକୁ ଆବୋରେ 

ଆପଣାର ସମ୍ପର୍କକୁ ଦିଏ ପାଶୋରି।


ସର୍ବ ଶେଷେ ଏକା ହୋଇ 

ବିଳାପ କରେ ତା'ର ମନ 

ଆପଣା ଯେବେ ପର କରି 

ଦେଇ ଯାଆନ୍ତି ଗଭୀର କ୍ଷତ ଚିହ୍ନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy