ପର ଆପଣା
ପର ଆପଣା
ଗୋଟିଏ ଅଦିନିଆ ଝଡ଼ ଯେବେ
ଜୀବନରେ ଅଚାନକ ମାଡ଼ି ଆସେ
ମଣିଷର ସବୁକିଛି ଛାରଖାର କରି
ନିଜ ବାଟରେ ଫେରିଯିବାକୁ ବସେ।
ସବୁ କିଛି ହରାଇ ସେ ମଣିଷ
ବଞ୍ଚୁଥାଏ ମନର କୋହକୁ ସମ୍ଭାଳି
ଝଡ଼ ସିନା ଚାଲିଗଲା ବାଟେ
ଲୁହ ଦେଇଗଲା ଆଖିରେ ଉଝାଳି।
ଥକି ଯାଏ ପାଦ ତା'ର
କିଛି ବାଟ ଅତିକ୍ରମ କରି
ହତାଶାର ମାୟା ତାକୁ ଆବୋରେ
ଆପଣାର ସମ୍ପର୍କକୁ ଦିଏ ପାଶୋରି।
ସର୍ବ ଶେଷେ ଏକା ହୋଇ
ବିଳାପ କରେ ତା'ର ମନ
ଆପଣା ଯେବେ ପର କରି
ଦେଇ ଯାଆନ୍ତି ଗଭୀର କ୍ଷତ ଚିହ୍ନ।