Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhalaxmi Nayak

Romance

3  

Subhalaxmi Nayak

Romance

ପ୍ରେମର ଇନ୍ଦ୍ରଧନୁ

ପ୍ରେମର ଇନ୍ଦ୍ରଧନୁ

1 min
118


ଏ ଦୁନିଆ ଭିଡ଼ରେ

ଚାଲିଛି ମୁଁ ଏକା ଏକା !

ରହି ତ ଯାଇଛି କିଛି ଅବଶୋଷ

ଜୀବନଟା ଲାଗେ ଫିକା ଫିକା ....


ଏକାନ୍ତରେ ବସି ଭାବେ ମନେ ମନେ 

ସାଥୀଟିଏ ଯଦି ଥାଆନ୍ତା ମୋହର !

ବିଶ୍ୱାସ ପ୍ରଦୀପ ଜଳାଇ ଆନନ୍ଦେ 

ହୃଦୟକୁ କରନ୍ତି ତା' ପାଇଁ ମନ୍ଦିର ....


ଚିହ୍ନା ମୁହଁ କେତେ ଦେଖିଛି ଜୀବନେ

ସ୍ୱାର୍ଥ ବିନା କେହି ନୁହନ୍ତି କାହାର !

ଅଚିହ୍ନା ପରିଚୟେ ଦେବାକୁ ହୃଦୟ

ବାସ୍ତବରେ ମୋତେ ଲାଗେ ଭାରି ଡର ....


ଆସନ୍ତାନି କେହି ପ୍ରିୟତମ ସାଜି 

ପ୍ରେମର ଇନ୍ଦ୍ରଧନୁଟିଏ ଆଙ୍କି ଦେବା ପାଇଁ !

ମୋର ଏଇ ବେରଙ୍ଗ ଜୀବନେ

ସଦା ଆନମନା ମନକୁ ମନେଇ ....


Rate this content
Log in

Similar oriya poem from Romance