ପ୍ରିୟାର ଓଢଣୀ
ପ୍ରିୟାର ଓଢଣୀ
ଗୋଲାପୀ ଗୋଲାପୀ
ମୋ ପ୍ରିୟା ଓଢଣୀ
ସପନ ସମ୍ଭାରେ ଭରା
ପ୍ରୀତିର ପିୟୁଷ
ଝରୁଥାଏ ନିତି
ମମତାର ବସ ନ୍ତରା ।
ଉଦାସ ହେଲେ ମୁଁ
ତା ଓଢଣୀ ଯେବେ
ଛୁଇଁ ଯାଏ ମୋର ଦେହ
ଅପୂର୍ଵ ପ୍ରଶାନ୍ତି
ଭରିଯାଏ ମନେ
ପାଇ ତା ଆଦର ସ୍ନେହ ।
ଲକ୍ଷେ ପାରିଜାତ
ହୁଏ ପ୍ରସ୍ପୁଟିତ
ପ୍ରୀତିର ମହଲ ଗଢେ
ଦୁଃଖ ଅବସାଦ
ଦୂରେ ଯାଏ କାହିଁ
ସମ୍ପର୍କର ସେତୁ ଯୋଡ଼େ ।
ୠମୁଝୁମୁ ତାର
ପାଦର ପାଉଁଜି
ସତେକି ବରଷା ଧାରା
ଶ୍ରାବଣୀ ମୋ ପ୍ରିୟା
ଭିଜା ଭିଜା ସ୍ୱପ୍ନେ
ମନ ହୁଏ ଆତ୍ମହରା ।
ଝିଲ ମିଲ ଓଠୁ
ମଖମଲି ହସ
ଲାଗେ ଆପଣାର ଭାରି
ଜହ୍ନ ରାଇଜର
ରାଜ ଜେମା ସିଏ
ଜ୍ୟୋତ୍ସ୍ନା ଭିଜା ନୀଳ ପରୀ ।