STORYMIRROR

SUJATA DAS

Tragedy

4  

SUJATA DAS

Tragedy

ମୁଁ

ମୁଁ

1 min
406


ଫେରୁଛି ମୁଁ ଏବେ 

   ମଶାଣୀ ଭୂଇଁରୁ 

     ନିଜ ଶବ କରି ଦାହ 

ତୁଟାଇ ଦେଇଛି 

  ହୃଦୟ ଭିତରୁ 

    ସମ୍ପର୍କର ସବୁ ମୋହ l

ଜୁଇ ପରେ ଥାଇ 

  ତରଳେ ହୃଦୟ

    ମହମ ଜଳିଲା ପରି 

ଜଳିଯାଏ ସବୁ 

  ଆଶା ଅଭିଳାଷା 

    ସ୍ବପ୍ନର ଅଳକାପୁରୀ l

ଜୀବନ ସଂଗ୍ରାମେ 

  ହାରିଗଲା ପରେ 

    ହିସାବ କି ଦରକାର 

ସମ୍ପର୍କ ଅସୀରେ 

  ରକ୍ତାକ୍ତ ହୃଦୟ

    ଅଦୃଶ୍ୟ ଲହୁର ଧାର l

ନିଶ୍ୱାସ ବିଶ୍ୱାସ 

  ସବୁ ଆଜି ଦଗ୍ଧ 

    ଶୂନ୍ୟତାର ହାହାକାର 

ସମ୍ପର୍କ ପୟୋଧୀ 

  ହଳାହଳେ ପୂର୍ଣ୍ଣ

     ନିଜ ଛାଇ ଲାଗେ ଡର l

ଜୁଇରେ ଚଢିଲେ 

  ପରିଚୟ ହଜେ 

     ହଜିଯାଏ ସବୁ କଥା 

ଲୁଚିଯାଏ ସବୁ 

   ମିଛ ପ୍ରବଞ୍ଚନା 

     ଅକୁହା ଗୋପନ ବ୍ୟଥା l

ମୁଠାଏ ଖୁସିରେ 

  ଆଞ୍ଜୁଳାଏ ଲୁହ 

    ପ୍ରତିଦାନେ ମିଳିଯାଏ 

ତପ୍ତ ବୈଶାଖୀର 

  ନିଷ୍ଠୁର ପରଶେ

     ଦେହ ଆତ୍ମା ଜଳିଯାଏ l

ପାପ ଓ ପୂଣ୍ୟର 

  ହିସାବ ଖାତାରେ 

     ଲେଖିନି ହିସାବ କିଛି 

ହାରିଲି ଜିତିଲି 

  ଅବା ଠକିଗଲି 

     ଦେଇଛି ସବୁ ମୁରୁଛି l

କେବେ ପଶାପାଲି 

  ଗୋଟିରେ ହିସାବ

     ଜୀବନର ପ୍ରତିକ୍ଷଣ 

କେବେ ସାପ ସିଡ଼ି 

  ଉତ୍ଥାନ ପତନ 

    ହସ ଲୁହ ଆମନ୍ତ୍ରଣ l

ସବୁକୁ ଦେଇଛି 

   ଜୁଇରେ ସଜାଡି 

     ନୀରବରେ ହସି ହସି 

ମଳୟରେ ଭାସେ 

  ଅବଶେଷ କିଛି

    ଲହୁ ଲୁହ ମିଶାମିଶି l



Rate this content
Log in

Similar oriya poem from Tragedy