ନୀଳ ନିର୍ବାଣ
ନୀଳ ନିର୍ବାଣ
ନୀଳ,,,, ନୀଳ,,,, ନୀଳ
💙💙💙💙💙💙💙💙💙
ନୀଳ ରଙ୍ଗ ତୁମ,,,,
ମାଖିଲି ଯେବେଠୁଁ,,,,
ସାଜିଗଲି ନୀଳାଞ୍ଜନା,
ନୀଳରେ ଭରିଛି,,,,
ଚଉଦିଗ ମୋର,,,,,
ଆନ ରଙ୍ଗ ହୃଦେ ମନା l💙💙💙
ନୀଳ ଆକାଶରେ,,,,,,
ବଉଦ ବୋଇତେ,,,,,
ତୁମେ ଇନ୍ଦ୍ର ନୀଳ ମଣି,
ନୀଳାଭ ଆଲୋକେ,,,,,
ପରିବ୍ୟାପ୍ତ ଆଭା,,,,
ଶ୍ରଦ୍ଧା ପୁଷ୍ପ ଦିଏ ବୁଣି l💙💙💙
ନୀଳ ପାରାବାରେ,,,,
ନୀଳ ଶୈବାଳରେ,,,,,
ନୀଳ ଉର୍ମିମାଳା ହସେ,
ନୀଳିମାର ସାଥେ,,,,,
ସାଜି ମୁଁ ଶାମୁକା,,,,,
ପ୍ରୀତିର ଲହରେ ଭାସେ l💙💙💙
ନୀଳ ଲଫାପା ରେ
ମିଠା ମହକରେ,,,,,
ଲେଖିଛି ହୃଦୟ ଗାଥା
ନୀଳ ଚନ୍ଦ୍ରିକା ରେ,,,,,
ଆଙ୍କି ମୁଁ ଦେଇଛି,,,,,
ପ୍ରଣୟର ଗୀତି କଥା l💙💙💙
ନୀଳ ରଙ୍ଗେ ତୁମ,,,,,
ଭିଜା ଅଙ୍ଗ ମୋର,,,,,
ନୀଳ ନିର୍ବାଣର ତାତି,
ନୀଳ ଦ୍ୟୁତି ମୋର,,,,,
ହୃଦୟ ଶଶାଙ୍କ,,,,,
ନୀଳ ଚାନ୍ଦିନୀର ରାତି l💙💙💙
ସୁଜାତା ଦାସ
ବାଲେଶ୍ୱର

