ପାନ୍ଥଶାଳା
ପାନ୍ଥଶାଳା
ପାନ୍ଥଶାଳା
♻️💥♻️💥♻️💢♻️💢
ପାନ୍ଥଶାଳା ସାଜି,,,,,,
ଆଦରି ନେଇଛି,,,,,,
କଳଙ୍କ ର ସବୁ କଳା,
ଅଙ୍ଗେ ଅଙ୍ଗେ ମୋର,,,,
ଘନ କଳା ଛାଇ,,,,,,
ଅଙ୍ଗାରରେ ଦେହ ବୋଳା l
ଅଭିଶପ୍ତ ମୁଁ ଯେ,,,,,
ଦିବସ କିରଣେ,,,,,
କଣ୍ଟକିତ ତନୁ ମୋର,
ତିମିର ଅନ୍ଧାର,,,,,
ଶୀତଳତା ଭରେ,,,
ଲାଗେ ଭାରି ଆପଣାର l
ଅଜଣା ପଥିକ,,,,,
ଠିକଣା ହଜିଲେ,,,,
ବିଶ୍ୱ କରେ ପରିହାସ,
ବିଶ୍ୱ ଦରବାରେ,,,,
ହୀନ ନଗନ୍ୟ ମୁଁ,,,,
କଳଙ୍କିତ ଇତିହାସ l
ପାନ୍ଥଶାଳା କେବେ,,,,,
ପଚାରି ବୁଝେନି,,,,,
ପଥିକ ର ମନ କଥା,
ଅଜାଣତେ କେବେ,,,,,,
ଭାବନାରେ ଭାସି,,,,,
ଶୁଣି ବସେ କାହା ବ୍ୟଥା l
ରଖେନାହିଁ କେବେ,,,,,
କାହାସାଥେ ଭାବ,,,,,
ନିଜ ଦୁଖେ ଥାଏ ମଜ୍ଜି,
ଚାହିଁନି ବି କେବେ,,,,,,
ପ୍ରଣୟ ବର୍ଷାରେ,,,,,
ଯିବା ପାଇଁ ଟିକେ ଭିଜି l
ପଥ ହୁଡ଼ି କେହି,,,,,
ଆସି ଫେରିଯାଏ,,,,,
କାନ୍ଥରେ ଲେଖିତା ଠିକଣା,
କାଳ ବୈଶାଖୀରେ,,,,
ଲିଭିଯାଏ ଯେବେ,,,,,
ମନ କରିନାହିଁ ଉଣା l

