ହୃଦୟର ବାର୍ତ୍ତା
ହୃଦୟର ବାର୍ତ୍ତା
🌹🌹⚕️⚕️⚕️କିଛି କଥା କିଛି ବ୍ୟଥା ⚕️⚕️⚕️
ସ୍ମୃତି ନଦୀ ତୀରେ
ସ୍ବପ୍ନ ଉଙ୍କିମାରେ
ଅଲେଖା କାହାଣୀ
କିଛି ଅଧାଲେଖା
ମାନସ ପଟରେ ବାକି,
ମନ ଝୁରେ ଏଠି
ଦୀର୍ଘଶ୍ୱାସେ ଭରେ
ଅତୀତର ଗାଥା
ଜଳାଏ ନିର୍ଜନେ
ଲୋତକ କୁ ଆଣେ ଡାକି !
ଅଙ୍କା ବଙ୍କା ସବୁ
ଜୀବନର ଅଙ୍କ
ଶୂନ୍ୟ ସବୁ ଏଠି
ନିଷିଦ୍ଧ ନିଶବ୍ଦ
ସମ୍ଭାବନା କାହିଁ ଦୂରେ,
ଅବାସ୍ତବ ସବୁ
ସ୍ବପ୍ନ ପଟୁଆର
କଳ୍ପନା ଜୁଆର
. ଅପହଞ୍ଚ ଆଶା
ତଥାପି ହୃଦୟ ଝୁରେ !
ତିଳ ତିଳ ହୋଇ
ସ୍ବପ୍ନ ଏଠି ଜଳେ
ହୃଦୟର ଭାଷା
ଦଗ୍ଧୀଭୂତ ହୁଏ
ଅଦେଖା ଅଚିନ୍ହା ଗୀତି,
ଅପାସୋରା ସ୍ମୃତି
ଅଭୁଲା ଅଲିଭା
ଝରାଏ ଲୋତକ
ମାନସ ଦର୍ପଣେ
ଜଳିବାରେ ନାହିଁ ଇତି !
ସୁଜାତା ଦାସ
ବାଲେଶ୍ୱର🌹🌹🌹🌹

