ଅଭିଳାଷ
ଅଭିଳାଷ
ଅଭିଳାଷ
***-----***-
ଆକାଶ ର ଚାନ୍ଦ,,,,,
ମାଗିନି ତୁମକୁ,,,,
ଲୋଡ଼ା ଟିକେ ମିଠା ଜ୍ୟୋତ୍ସ୍ନା,
ନିରସ ଜୀବନେ,,,,,
ଭରିଯାଉ ଥରେ,,,,,
ରଜନୀ ଗନ୍ଧାର ବାସ୍ନା !
ସକାଳର ସୂର୍ଯ୍ୟ,,,,,
ମାଗିନି ତୁମକୁ,,,,
ଲୋଡ଼ା ଅରୁଣିମା ଆଭା,
ଅମା ଘେରା ଏଇ,,,,,
ହୃଦୟ ବନରେ,,,,,
ବଢିଯାଉ ଟିକେ ଶୋଭା !
ଫଗୁଣ ର ଫଗୁ,,,,,
ମାଗିନି ତୁମକୁ,,,,,
ଲୋଡ଼ା ଟିକେ ରଙ୍ଗ ଖାଲି,
ରଙ୍ଗ ହୀନ ଏଇ,,,,,
ମନ ପଟ୍ଟଚିତ୍ରେ,,,,,
ଫଗୁ ଭରିଦେବି ବୋଲି !
ଭରା ଶ୍ରାବଣ କୁ,,,,
ମାଗିନି ତୁମକୁ,,,,,
ଲୋଡ଼ା ଟିକେ ବର୍ଷା ଛିଟା,
ବୈଶାଖୀ ଝାଞ୍ଜିରେ,,,,,
ତପ୍ତ ଏ ହୃଦୟ,,,,,,
ଭରିଯାଉ ଶୀତଳତା l
====≠==========
ସୁଜାତା ଦାସ
ବାଲେଶ୍ୱର

