କିଛି କଥା କିଛି ବ୍ୟଥା
କିଛି କଥା କିଛି ବ୍ୟଥା
ଶୁଣ ଲୋ ଲେଖନୀ
ମୋ ପ୍ରାଣ ମିତଣୀ
ହୃଦୟର କିଛି ବ୍ୟଥା
କହିହୁଏ ନାହିଁ
ସହିହୁଏ ନାହିଁ
ଯନ୍ତ୍ରଣାରେ ଭିଜା ଗାଥା l
କେମିତି କେଜାଣି
ହଜିଗଲା ମନ
ଜହ୍ନର ଜୋଛନା ତଳେ
ଭାବିଲେ ସେ କଥା
ଝରିଯାଏ ଲୁହ
ଦୀର୍ଘାଶ୍ୱାସେ ହୃଦ ଜଳେ l
ଆଖି ବୁଝିଲାନି
ହୃଦ ବୁଝିଲାନି
ଶତ ବାରଣ ମୋହର
ଆଙ୍କିଦେଲା ଛବି
ପ୍ରୀତି ରଙ୍ଗ ଦେଇ
ଅନୁରାଗେ ଭିଜି ତାର l
ଜଳିଯାଉ କିଆଁ
ସ୍ମୁତିକୁ ପରଖି
ଲୁହକୁ ଆପଣା କରି
ଶୂନ୍ୟତାକୁ ଯେବେ
ଆଦରି ନେଇଛୁ
ପ୍ରୀତିକୁ ହୃଦୟେ ଭରି l
ଜହ୍ନ ପ୍ରୀତି ସିନା
ତାରକା ଲାଗି ଲୋ
କୁମୁଦିନୀ ମିଛେ ଝୁରେ
ଯୋଜନ ଯୋଜନ
ଦୂର ଅତିକ୍ରମୀ
ଆଖି ନିରାଶାରେ ଫେରେ l
ଗୋପରୁ ମଥୁରା
କାହିଁ କେତେ ଦୂର
ମଥୁରାରୁ ଗୋପ ସେତେ
ଶୁଭେନା ବଇଁଶୀ
ବିରହ ମହ୍ଲାର
ହୃଦୟ ଭାବିଲେ ଯେତେ l
ଆଖି ଅବୁଝାକୁ
ଲୁହ ବି ଅବୁଝା
କେମିତି ସହିବି କହ
ପ୍ରୀତି ପରଦେଶୀ
ହୃଦୟ କଳସୀ
ତୁଟାଇ ପାରୁନି ମୋହ lଶୁଣ ଲୋ ଲେଖନୀ
ମୋ ପ୍ରାଣ ମିତଣୀ
ହୃଦୟର କିଛି ବ୍ୟଥା
କହିହୁଏ ନାହିଁ
ସହିହୁଏ ନାହିଁ
ଯନ୍ତ୍ରଣାରେ ଭିଜା ଗାଥା l
କେମିତି କେଜାଣି
ହଜିଗଲା ମନ
ଜହ୍ନର ଜୋଛନା ତଳେ
ଭାବିଲେ ସେ କଥା
ଝରିଯାଏ ଲୁହ
ଦୀର୍ଘାଶ୍ୱାସେ ହୃଦ ଜଳେ l
ଆଖି ବୁଝିଲାନି
ହୃଦ ବୁଝିଲାନି
ଶତ ବାରଣ ମୋହର
ଆଙ୍କିଦେଲା ଛବି
ପ୍ରୀତି ରଙ୍ଗ ଦେଇ
ଅନୁରାଗେ ଭିଜି ତାର l
ଜଳିଯାଉ କିଆଁ
ସ୍ମୁତିକୁ ପରଖି
ଲୁହକୁ ଆପଣା କରି
ଶୂନ୍ୟତାକୁ ଯେବେ
ଆଦରି ନେଇଛୁ
ପ୍ରୀତିକୁ ହୃଦୟେ ଭରି l
ଜହ୍ନ ପ୍ରୀତି ସିନା
ତାରକା ଲାଗି ଲୋ
କୁମୁଦିନୀ ମିଛେ ଝୁରେ
ଯୋଜନ ଯୋଜନ
ଦୂର ଅତିକ୍ରମୀ
ଆଖି ନିରାଶାରେ ଫେରେ l
ଗୋପରୁ ମଥୁରା
କାହିଁ କେତେ ଦୂର
ମଥୁରାରୁ ଗୋପ ସେତେ
ଶୁଭେନା ବଇଁଶୀ
ବିରହ ମହ୍ଲାର
ହୃଦୟ ଭାବିଲେ ଯେତେ l
ଆଖି ଅବୁଝାକୁ
ଲୁହ ବି ଅବୁଝା
କେମିତି ସହିବି କହ
ପ୍ରୀତି ପରଦେଶୀ
ହୃଦୟ କଳସୀ
ତୁଟାଇ ପାରୁନି ମୋହ l

