ଅଭିଳାଷ ***********
ଅଭିଳାଷ ***********
ହୃଦୟ ମୋ ଭାବେ
ଋଷିଗଲେ କାଳେ
ତୁ ମତେ ମନେଇ ଦେବୁ
ଲୁହ ପୋଛିଦେଇ
ସ୍ନେହ ଆଦରରେ
ମତେ ତୁ କୋଳେଇ ନେବୁ l
କହିବୁ ପ୍ରିୟା ମୋ
ସହିପାରିବିନି
ତୋ ଆଖିରେ ଲୁହ ଦେଖି
ଜଳିଯାଏ ମନ
ତରଳେ ପରାଣ
ପ୍ରାଣପ୍ରିୟା ନୀରୀମାଖି l
ତୁ ମୋର ହୃଦୟ
ସ୍ପନ୍ଦନରେ ନିତି
ପ୍ରଶ୍ୱାସ ହେଇକି ବହୁ
ତୁ ଲୁହ ଢ଼ାଳିଲେ
ମୋ ହୃଦୟ ଭିଜେ
ଲୁହ ବଦଳରେ ଲହୁ l
ଅଭିମାନ ତୋର
ମୋ ପାଇଁ ଅନ୍ଧାର
କଳା ମେଘ ଯାଏ ଘୋଟି
ସବୁ ସୁଖ ମୋର
ଲାଗେ ସାତପର
ସ୍ବପ୍ନ ସବୁ ଯାଏ ତୁଟି l

