STORYMIRROR

Parameswar Ojha

Romance

3  

Parameswar Ojha

Romance

ସମର୍ପଣ

ସମର୍ପଣ

1 min
219


ମୁଁ ତୁମ ସ୍ବାମୀ ନୁହେଁ 

ମୁଁ ତୁମ ପ୍ରେମିକ ନୁହେଁ 

କି ନୁହେଁ ତୁମ ପରମ ମିତ୍ର 

ତଥାପି ମୁଁ ତୁମକୁ ଜାଣିଛି ଆପାଦ ମସ୍ତକ 

 ତୁମେ ନୁହେଁ ବେଶ୍ୟା 

କି ନୁହେଁ ମୁଁ ତୁମ ଗ୍ରାହକ 

ତଥାପି ତୁମେ ମୋ ଉପଭୋଗ୍ୟା 

ମୁଁ ଛୁଇଁନି ତୁମକୁ ଦେଖିନି ତୁମକୁ 

ତଥାପି ଅନୁଭବି ପାରେ 

ତୁମ ନିଃଶ୍ବାସ ପ୍ରଃଶ୍ବାସ 

ମାପିପାରେ 

ହୃଦୟ ର ସ୍ପନ୍ଦନ କୁ 

ଦେହର ଉତ୍ତାପ କୁ 

 ତୁମ ଉତେଜନା 

ଆଉ ତୁମ ନରମ ପଣ କୁ 

ପଢିପାରେ ତୁମ ସମର୍ପିତ ଭାବ 

ଆଉ ତୁମ ହତାଦର କୁ 

ବାସ୍ତବ ରେ ତୁମଠି ମୁଁ ଟିପ ବି ଦେଇନି 

କିନ୍ତୁ କଳ୍ପନା ରେ ତୁମ ଦେହ ମୋ ଦେହ 

ଗୋଟିଏ କରି ସାରିଛେ ଆମେ 

 

ସତରେ ଏ ମୋବାଇଲ ପ୍ରେମ ବି 

ଭାରି ଫାଜିଲ୍ 

ଦେଖି ନଥିବା ଛୁଇଁ ନଥିବା ମଣିଷ କୁ ବି 

କୋଉ ଛଟକ ରେ ଆପଣାର କରିଦିଏ 

ତାର ଟେର୍ କିଛି ବି ମିଳେନି । 

କିନ୍ତୁ ବଡ଼ ଆଶ୍ଚର୍ଯ୍ୟ କଥା ଏତକ 

ତୁମେ ମୋ ପ୍ରେୟସୀ ନୁହେଁ 

କି ମୁଁ ତୁମ ପ୍ରିୟତମ । 

ବାସ୍ ସମ୍ପର୍କ ଚାଲିଛି ବିଶ୍ବାସ 

ଆଉ ସମର୍ପଣ ର ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance