କଷ୍ଟ
କଷ୍ଟ
ଭୁଲ୍ ର ମାତ୍ରା ଅଧିକ ହୋଇ
କିଛି ଅଘଟଣ ଘଟିବା ଆଗରୁ
ସଂପର୍କରୁ ଓହରି ଆସିବା ବହୁତ ଭଲ ।
ହରଣ ଗୁଣନ ଜୀବନ ଭିତରେ
ବିଶ୍ବାସର ମିଶାଣକୁ ନେଇ
ସନ୍ଦେହ ଉଠିଲେ
ସେଠି ଉଭୟ ମଝିରେ
ଫେଡାଣର ଗାର ଟାଣିନେବା ହିଁ ଭଲ ।
ପ୍ରୀତି ଅନୁରାଗ ଗୋଲାପ ଗଛରୁ
ପାଖୁଡ଼ା ଝଡି କି ପତ୍ର ସବୁ ସୁଖି
ଗାଲିଚା ଉପରେ ଲୋଟିବା ଆଗରୁ
ନିଜକୁ ସଜାଡି
ନାମକୁ ସଂପର୍କ ରଖିବା ଭଲ ।
ସ୍ନେହ ଶ୍ରଦ୍ଧା ଭଲପାଇବା ବଦଳେ
କିଛି ବୋଲି କିଛି ନଥିବା ଆଳରେ
ଘୃଣା ହତାଦର ପାଇବା ଆଗରୁ
ନିଜକୁ ତମଠୁ ଦୂରେଇ ରଖିବା ଭଲ ।
ନିଜେ କଷ୍ଟ ପାଇ ନିଜକୁ ଜଳାଇ
ତୁମରି ସ୍ମୃତିରେ ଭିଜିବା ଭଲ ।