STORYMIRROR

Parameswar Ojha

Romance

3  

Parameswar Ojha

Romance

ପାରିବ ତ ?

ପାରିବ ତ ?

1 min
224


ମୋର କଣ ଆଉ ପ୍ରେମ କରିବା ବୟସ ଅଛି ଯେ

ମୁଁ ପ୍ରେମ କରିବି ତୁମକୁ ?

ମୋର ଯେତେ ସବୁ ବାବୁ ସୋନା

ଏକଦମ୍ ମାଖୁନା କଥା ଗୁଡା

ତମର ପ୍ରିୟ ହେବା ପାଇଁ ବାସ୍

କିଛି ମୁହୂର୍ତ୍ତର ମିଠା ସ୍ୱାଦ

ହେଲେ ପସନ୍ଦ ଆସୁଛ ବହୁତ

ଏ ଆଇ ଲଭ ୟୁ ଗୁଡ଼ ମର୍ଣିଙ୍ଗ୍ ନାଇଟ୍

ଗୁପ୍ ଚୁପ୍ ଚାଟ୍ ଫିଲ୍ମୀ ବିଲ୍ମୀ ଏ ସବୁରେ

ମୋର ଟିକେ ବି ଆଗ୍ରହ ନାହିଁ ମ

ପାରିବ ତ ମୋତେ ସହି ?

ଭୋଗିପାରେ ତୁମ ଦେହ

ଅଇଁଠା କରି ପାରେ ବାରମ୍ବାର ତୁମ ଓଠ

ବାସ୍ ଦୁଇ ଖଣ୍ଡ ଶାଢ଼ୀ ଚୁଟକିଏ ସିନ୍ଦୂର ଦେଇ

ସାତ ଜନ୍ମର ସାକ୍ଷୀ ହେବି ବିଲକୁଲ କହିବିନି

ଗୋଟେ ମୁହୂର୍ତ୍ତ କଥା ପା ଆର ମୁହୂର୍ତ୍ତକୁ ନାଇଁ

ଏଇ ..

ବେଳେ ବେଳେ ବାପାଙ୍କ ଚିଡ୍ ଚିଡା ପଣ

ମାଟି କାନ୍ଥ ଲିପା ପୋଛା

ଗ୍ୟାସ୍ ସହିତ ଚୁଲି ଜାଳ

ବାପା ବୋଉ ମୋଡା ଘସା

ନେଇ ଆଣି ଥୋଇ ପାରିବ ତ ?

ଏ ମାମା ବାହାହେବା ବଡ଼ କଥା ନୁହଁ

ଦେହ ଯୁବକ ମନ ବୟସ୍କ

ମଣିଷର ହାତ ଧରି ଚାଲି ପାରିବ ତ

ଖାଲ ଢିପ ରାସ୍ତା ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance