STORYMIRROR

Parameswar Ojha

Abstract Others

3  

Parameswar Ojha

Abstract Others

ସନ୍ଦେହ

ସନ୍ଦେହ

2 mins
187


କିଛି ଭୁଲ୍ ନଥିଲା 

ତୁମେ ମୋତେ ଆଉ ମୁଁ ତୁମକୁ ଚିହ୍ନିବାରେ

ଖାଲି ଅବଶୋଷ ଏତିକି ରହିଲା

ମୋତେ ତୁମେ ବୁଝିଲ ଭୁଲ୍ 

ମୁଁ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କଲା ପୂର୍ବରୁ



ଅଢେଇ ବର୍ଷ ର ସଂସାର ଭିତରେ

ଛୋଟ ମୋଟ ଝଗଡ଼ା ହୁଏ ମୋନା

ହେଲେ ତୁମେ ତୁମ ପ୍ରିୟ କୁ ସନ୍ଦେହ କଲ

ମାମୀ ଭାଉଜ ସହ ମୋ ସଂପର୍କ କୁ ନେଇ

ଯେତେବେଳେ ତାତ୍ସଲ୍ୟ କଲ ମୁଁ ବୁଝିଗଲି

ତୁମ ମନ ସଫା ନାଇଁ ମୋତେ ନେଇ



ଯେତେବେଳେ ମେସେଜ କଲ୍ ହ୍ବାଟସପ ଖୋଲି

ଫୋନ୍ ଚେକ୍ କର ମୁଁ ଜାଣେ ତୁମ ପ୍ରକୃତି 

ତଥାପି ଅଣଦେଖା କରେ

କାରଣ ତୁମ ଉପରେ ଥାଏ ମୋ ଅଗାଧ ବିଶ୍ବାସ

ତା ଛଡା ସ୍ତ୍ରୀ ମାନଙ୍କ ମନ ହିଁ ସେମିତି

ତମର କିଛି ଭୁଲ ନାହିଁ ସେଥିରେ



ହଁ ଭୁଲ୍ ଥିଲା ଏତିକି 

ତୁମେ ସବୁ କଥା ମନରେ ରଖିଲ

ଛୋଟ ମୋଟ ମୂଲ୍ୟହୀନ କଥାକୁ ସଂଗ୍ରହ କରି

ନିଜ ସଂଦେହ ରେ କ୍ରୋଧ କୁ ଦ୍ଵିଗୁଣିତ କଲ

ନା ତମେ ମୋତେ ବୁଝି ପାରିଲ 

ନା ମୋତେ ବୁଝାଇବାକୁ ସମୟ ଦେଲ

ଘରୁ ଛାଡି ଯିବାର ଦଶଦିନ ହୋଇନି 

ନୋଟିସ୍ ଆସିଲା ତମେ ମୋଠୁ ଚାହଁ ଛାଡ଼ପତ୍ର 



ବାସ୍ ସବୁ ବିଶ୍ବାସ ଭରଷା ଭାଙ୍ଗି ଯାଉଥିଲା ଯେମିତି 

କଞ୍ଚା ଇଟାରେ ତିଆରି କାନ୍ଥ ପରି 

ମୁଁ ବିନ୍ଦୁ ରେ ସେମିତି ଠିଆ ହୋଇଥିଲି ପାଛୋଟି ବାକୁ 

କିନ୍ତୁ ତୁମେ ମୋଠୁ ଯଥେଷ୍ଟ ଦୂରତାର

ବିରାଟ ପରିଧି ବୁଲେଇ ସାରିଥିଲ ମୋତେ ପଛ କରି


ତୁମେ ମୋର ହେଲ ନା ବାପା ମା ଙ୍କର

ମୋ ଆଖି ର ଲୁହ ଶୁଖୁନି

ବାପା ମା ତମ ମଥା ପିଟୁଛନ୍ତି ରାତିରେ 

ତମେ ଶୋଇଗଲା ପରେ

ତମ ଜିଦ୍ ଆଗରେ ସେ ଦୁହେଁ ନାଚାର

ଖାଲି ଯାହା ପୁପୁନ୍ ସହ ପଡ଼ି ରହିଛ ସେ ଘରେ

ତାକୁ ତା ପାପା ଡାକରୁ ବଞ୍ଚିତ କରି


ସତରେ ମୋନା ମୁଁ କ'ଣ ସେତେବେଳେ ତମ ମନେ ପଡେନି

ଯେତେବେଳେ ତମ ମୁଣ୍ଡ ବିନ୍ଧେ ଆଉ ତମେ କୁହ

ମେନ୍ଥୋପ୍ଲସ ଟିକେ ଘସିଦେଲ 

ମୁଁ ମେନ୍ଥୋପ୍ଲସ ଘସି ଦେଉ ଦେଉ ଦୁଷ୍ଟାମୀ କରେ ତମ ସହ 

ଆଉ ତମେ କୁହ " ସତରେ ମୁଁ ବହୁତ ଭାଗ୍ୟବତୀ "  


ସତରେ ଏବେ କ'ଣ ତମ ମୁଣ୍ଡ ବିନ୍ଧେନି 

ନା ବିନ୍ଧିଲେ ମେନ୍ଥୋପ୍ଲସ ଲଗାଅନି 

କାଳେ ମେନ୍ଥୋପ୍ଲସ ବଦଳରେ 

ମୁଁ ତମ ଆଖିର ଲୁହ ହୋଇଯିବି ବୋଲି


କାସ୍ ...  

ମୋନା ......

ତମେ ମୋତେ ଗୋଟେ ସୁଯୋଗ ଦେଇଥାନ୍ତ କି

ନିଜ ସନ୍ଦେହ ଯନ୍ତା ରୁ ନିଜକୁ ମୁକାଳି

ମୋତେ ଥରୁଟିଏ ବୁଝି ଥାଆନ୍ତ କି ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract