STORYMIRROR

Parameswar Ojha

Children Stories Romance

3  

Parameswar Ojha

Children Stories Romance

ସ୍ମୃତିରେ ତୁମେ

ସ୍ମୃତିରେ ତୁମେ

1 min
477


ତୁମେ ଅତୀତରେ ହିଁ ଭଲ ଶ୍ରଦ୍ଧା 

ତୁମେ ସେମିତି ଅତୀତ ହୋଇ ଥାଅ

ଅତିତର ସ୍ମୃତି ମାନ ବହୁତ ଭଲ

ସତେ ଯେମିତି ଆମ ଗାଁ ନଈ କୂଳର

ଥଣ୍ଡା‌ ସୁଲୁସୁଲିଆ ପଵନ

ତମ ସ୍ନେହ ‌ଭିଜା ଚିଠି 

ତମ ହାତ ଲେଖା କବିତା 

ମୋବାଇଲରେ ଘଣ୍ଟା ଘଣ୍ଟା କଥା 

ଆଉ ଚୁମା ଚାଟି ଯେତେ ସବୁ ଦୁଷ୍ଟାମୀ

ତମ ଦରଭିଜା ହସ 

ତମ ଚୁଡିଦାର ପତଳା ଦେ‌ହକୁ

ମଥାରେ କୁନି କଳା ବିନ୍ଦି

ପାଦରେ ସରୁ ପାଉଁଜି

ଗୋଟେ ହାତରେ ଦୁଇଟି 

ଆଉ ଗୋଟେ ହାତରେ ଗୋଟେ ଚୁଡ଼ି

ମୁହଁ ହାଲକା ମେକଅପ୍ 

ଓଠରେ ହାଲକା ନାଲି ଲିପଷ୍ଟିକ୍ 

ଉଫ୍ ‌କଣ ଲାଗୁଥିଲ ତୁମେ 

ଚଳଚ୍ଚିତ୍ର ନାୟିକା ନହେଲେ ବି

ଯୋଉଠି ଚାଲି ଯାଉଥିଲ

ପୁଅମାନେ ଅନ୍ୟମନସ୍କ ହୋଇ ଯାଉଥିଲେ

ତୁମ ପାଇଁ ତୁମକୁ ଦେଖି

ତମେ କିନ୍ତୁ ମୋ ପାଇଁ ସ୍ପେସାଲ୍ ଥିଲ

ମୋତେ ତମର ଖାସଟିଏର 

ଦର୍ଜା ଦେଇଥିଲ

ତୁମର କୁନି କୁନି ଉପହାର 

ମୋ ପାଇଁ କୁନି ଦୁନିଆଁଟେ ଥିଲା 

ଆଉ ମୁଁ ତୁମକୁ ପ୍ରଶଂସାରେ ପୋତି ପକୋଉଥିଲି

ଧନ୍ୟବାଦର ଲୋରି ଗାଇ

ମୋ ସାଙ୍ଗ ସହ ତୁମ ଘରକୁ ଯିବା 

ଆଉ ତୁମ ହାତ ଧରି କେତେ କଥା ଗପିବା 

ତମର ମଙ୍ଗଳ ମନାସୀ 

ନିଜ ହାତରେ ତିଆରି ଥିବା ଘୋଡ଼ା ଟାପୁ ମୁଦି

ତୁମ ଆଙ୍ଗୁଳିରେ ପିନ୍ଧେଇବା

ସତରେ କେତେ ମିଠା ଦିନ ସବୁ ଥିଲା ସେ 

ତମ ହସ ନିର୍ଭେଜାଲ ଥିଲା ସେତେବେଳେ 

ବିଲକୁଲ ସ୍ୱଚ୍ଛ ନିର୍ମଳ

ଶ୍ରଦ୍ଧା ତୁମେ ସତରେ ସ୍ମୃତିରେ ସବୁଠୁ ‌ସୁନ୍ଦର‌ ମୋ ପାଇଁ 

ଦରକାର ନାହିଁ ବର୍ତ୍ତମାନର ତୁମେ ଆଉ ମୁଁ 

ଖାପଛଡା ତୁମେ

ସ୍ୱାମୀ ସହ ମୋତେ ଦେଖି 

ନ ଚିହ୍ନିବାର ଅଭିନୟ

ଦରକାର ନାହିଁ ଜମା 

ତମେ ସେମିତି ମୋ ମନରେ ସୁନ୍ଦର ସ୍ମୃତିଟେ ହୋଇ ଥାଅ ।

ସୁନ୍ଦର ସ୍ମୃତିଟେ ହୋଇ ଥାଅ





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍