STORYMIRROR

Parameswar Ojha

Abstract

3  

Parameswar Ojha

Abstract

ମୋ ବୋଉ

ମୋ ବୋଉ

2 mins
326


ତୋତେ ନେଇ କ'ଣ ବା ମୁଁ ଲେଖିବି 

କଣ ଟା ବା ଖାସ୍ ଅଛି ତୋ ପାଖରେ

ହୁଣ୍ଡି ଟେ ତୁ

ତତେ ବୋକୀ ବନେଇବା ଖୁବ୍ ସହଜ

ନା ଅଛି କିଛି ଆଧୁନିକ ଜ୍ଞାନ 

ନା ଅଛି ବିଚକ୍ଷଣତା


ଲୋକ ଗୋଟିଏ ଦିନରେ 

ଚଉଦ ଭୁବନ ବୁଲି ଆସୁଛନ୍ତି

ତୁ ତୋ ସେହି ଧୂଳଗୁଣ୍ଡି ମୋତିଆର 

ପାନରେ ରହିଛୁ

ଆମ ରାଜଧାନୀ ବି 

ତୋ ପାଇଁ ଆମେରିକା ଭଳି


ମୋବାଇଲ୍ ର ମ ଅକ୍ଷର ଜାଣିନୁ

ଫେସବୁକ ରେ ତୋ ଫଟୋ ଦେଖି 

ତୋତେ ଚଳଚ୍ଚିତ୍ର ରେ ନାୟିକା ହେବାର ଖୁସି

ତୋ ମୁହଁ ରୁ ବାରି ହୋଇ ପଡ଼େ

ଆଉ ତୁ କହୁ 

ହାକ୍... ଏମିତିକା ଫଟୋ କ'ଣ ଦେଇଛୁ

ଗୋଟେ ଭଲ ଫଟୋ ଦେଲୁନୁ


ହଁ ବୋଉ 

ତତେ ତ ଘରର ମଝି ଖୁଣ୍ଟ କହିଲେ ଚଳେ 

ହଁ ତୁ ବହୁତ ପାଖରୁ ଚିହ୍ନିଛୁ 

ଭାତ ଡାଲି ତର୍କାରୀ ଭଜା ଆଉ ତୋ ଚୂଲି କୁ

ଘର ଦାଣ୍ଡ ଅଗଣା ଆଉ ତୋ ଚଉରା କୁ 

ପୋଇ କଖାରୁ ଲତା 

ଆଉ ତୋ ଶାଗ କିଆରୀ କୁ

ବଧୂ , କୁଆଁରୀ ବୋହୂ , ମା କାଳୀଜାଇ

ପରି ତୋ ପ୍ରିୟ ଓଡ଼ିଆ ଧାରାବାହିକ କୁ


ଆଉ ଅତି ପାଖରୁ ପଢି ପାରିଛୁ

ଆମ ତିନି ଭାଇଙ୍କ ଭୋକ ଶୋଷ ନିଦକୁ

ଆଉ ବାପାଙ୍କ ଚିନ୍ତା ଦକ ଆଉ ସ୍ବପ୍ନ କୁ

ଆଉ ଆମ ଯାବତୀୟ ଦେହ ପା 

ଆଉ ଭଲ ମନ୍ଦ କୁ 


ତୋତେ ନେଇ କ'ଣ ବା ମୁଁ ଲେଖିବି

କ'ଣ ଟା ବା ଖାସ୍ ଅଛି ତୋ ପାଖରେ

ହୁଣ୍ଡି ଟେ ତୁ ତୋତେ ବୋକୀ ବନେଇବା ଖୁବ୍ ସହଜ


କିନ୍ତୁ ଆମଠାରୁ ତୋ ପାଖେ ଗୋଟେ ବଡ ବ୍ୟତିକ୍ରମ 

ଯୋଉଟା ଆମ ପାଖେ ମୋଟେ ନାଇଁ

ତୁ ତୋ ପାଇଁ କମ୍ ଅନ୍ୟ ପାଇଁ ବେଶି ବଞ୍ଚୁ

ତୁ ଘର ପାଇଁ ଲକ୍ଷ୍ମୀ କି ନା ମୁଁ ଜାଣିନି

କିନ୍ତୁ ତୋ ପାଇଁ ଘର ନିଶ୍ଚୟ 

ଲକ୍ଷ୍ମୀ ପ୍ରତିମା ଟିଏ 

ଚିତା ରେ ଝୋଟି ରେ ଲିପାପୋଛା ରେ 

ଘର ସଜେଇ ଦେଉ 

ତୁ ହସିଲେ ଘର ହସେ ତୁ କାନ୍ଦିଲେ 

ଘର ଉଚ୍ଛନ୍ନ ହୋଇ ଯାଏ


ଆଉ କ'ଣ ବା ଲେଖିବି ତୋ ବିଷୟରେ

ହୁଣ୍ଡି ଟେ ତୁ 

ତତେ ବୋକୀ ବନେଇବା ଖୁବ୍ ସହଜ


ନାଇଁ ଲୋ ବୋଉ କାନ ଧରୁଛି

ମୁଁ ତୋତେ କେତେଥର ହୁଣ୍ଡି କହିଲିଣି 


 ବୋଉ ତୁ ଚାଲାଖି ହଅନି 

ସେମିତି ହୁଣ୍ଡି ଟେ ହୋଇ ଥାଆ

ବେଶି ଚାଲାଖି ବେଶି ବିଚକ୍ଷଣା ଯୋଉଠି

ସେତେ ତର୍କ ସେତେ ବିତର୍କ ସେଇଠି

ବୋଉ ତୁ ସେମିତି ହୁଣ୍ଡି ଟେ ହୋଇ ଥାଆ

ଆଉ ତୋ ଆଖି ଲୁହରେ ଆମକୁ

 କୋଟି ପରମାୟୁ ଦେଉଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract