STORYMIRROR

Parameswar Ojha

Romance

3  

Parameswar Ojha

Romance

ହେଲେ ତୁମେ କୁହ

ହେଲେ ତୁମେ କୁହ

1 min
509


ଏ ପଇଁତିରିିଶି ବର୍ଷ ଜୀବନ ଭିତରେ

 ମୁଁ କେବଳ ତମ ଲାଗି କେତେଥର ମରି 

 କେତେଥର ଜିଇଁଛି ତା ହିସାବ ନାହିଁ

ହେଲେ ତୁମେ କହୁଛ ତୁମେ ତଥାପି ଅଶାନ୍ତି ରେ


ଏଇ ଖାଲ ଢିପ ଜୀବନ ଭିତରେ

ମୁଁ ନିଜକୁ କେତେ ଗଢି କେତେ ଭାଙ୍ଗିଛି ତୁମ ଲାଗି

ହେଲେ ତୁମେ କହୁଛ ତୁମେ ତଥାପି ଅତୃପ୍ତ ସବୁଥିରେ



ଏଇ ମୋ ବେହିସାବ ଜୀବନ ଭିତରେ

ନିଜକୁ କେତେଥର ତୁମ ଲାଗି ଭାଙ୍ଗି ସଜାଡିଛି

ହେଲେ ତୁମେ କହୁଛ ତୁମେ ତଥାପି ଅଯତ୍ନରେ



ଆମ ଶାଗ ପଖାଳର ଜୀବନ ଭିତରେ 

 ତମ ପାଇଁ ମାଛ ମାଂସ ରେ ପେଟ ଭରିନି କେବଳ

ସ୍ନେହ ପ୍ରେମରେ ତମ ମନ ଭରିବାକୁ ଚେଷ୍ଟା କରିଛି

 ତଥାପି ତୁମେ କୁହ ତୁମେ ଅଛ ସଦା ଅସନ୍ତୁଷ୍ଟ ରେ



ତୁମ ସିନ୍ଥିରେ ସିନ୍ଦୂର ଭରିବା ଦିନଠୁ

ଭରି ଚାଲିଛି ରଙ୍ଗ ଅନୁରାଗ ର ତମ ପ୍ରତ୍ୟେକ ଫର୍ଦ୍ଦ ରେ

ଖୁସି ଆଉ ହସ ର ରଙ୍ଗ ତୁମ ଜୀବନରେ

ତଥାପି ତୁମେ ଭାବ ତୁମେ ଏବେବି ଅବହେଳା ରେ



ମୋ ତମାମ ଜୀବନ କୁ ତୁମ ଲାଗି ହିଁ ସାରି ଚାଲିଛି

ତୁମ କଷ୍ଟ ରେ ବିଗଳିତ ହୋଇ ଆଖି ରୁ ଲୁହ ଢାଳିଛି 

ଖୁସି ରେ ରଖିବା ପାଇଁ ତୁମକୁ ଯଥାସମ୍ଭବ ଚେଷ୍ଟା କରିଛି

 ତଥାପି ତୁମେ କୁହ ତମ ସୁଖିଲା ଓଠରେ

ତୁମେ ସିନା ଏତେ କରୁଛ ମୋ ପାଇଁ 

  ହେଲେ ମୁଁ କେବଳ ବଞ୍ଚିଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance