ଏଇ ମାଟି ମୋର ସରଗ ଏଇ
ଏଇ ମାଟି ମୋର ସରଗ ଏଇ
ଏଇ ମାଟି ମୋର ଲାଗେ ସରଗ
ଲଭିଛି ଜୀବନେ ଯା ' ଅନୁରାଗ ।
ପବିତ୍ର ଉତ୍ସାହ ଭରି ଦେଇଛି
ଅନେକ ଆନନ୍ଦ ଖେଳାଇ ଅଛି ।
ଏଇ ମାଟି ମାଆ ଦେଇଛି ବାୟୁ
ପ୍ରଭାବରେ ତାର ଶରୀର ଆୟୁ ।
ତାହାରି ପବିତ୍ର ତୋୟକୁ ପାନ
କରି ବଢ଼ୁଅଛି ଆମ ଜୀବନ ।
ପରିଶ୍ରମ କରି ଏଇ ମାଟିରୁ
ଫଳ ଫୁଲ ଶସ୍ୟ ଆହା କି ଚାରୁ ।
ଉପୁଜାଏ ଚାଷ ଆନନ୍ଦ ମନ
ଛନଛନ ବଢ଼େ ଏଇଠି ତୃଣ ।
ଖାଇ ଗାଈ ଗୋରୁ ଦିଅନ୍ତି କ୍ଷୀର
ପାନ କରି ବଢ଼େ ଆମ ଶରୀର ।
ନିରୋଗ ରହଇ ବଢ଼ଇ ଶକ୍ତି
ଦେହେ ଦେହେ ନିତି ଜାଗଇ ଫୁର୍ତ୍ତି ।
ଏଇ ମାଟି ନେଇ ଗଢୁଛୁ ମୂର୍ତ୍ତି
କରୁଛୁ ତାହାଙ୍କୁ ସଭିଏଁ ଭକ୍ତି ।
ଏଇ ମାଟି ମାଆ କୋଳରେ ଥାଇ
ସରଗର ସୁଖ ପାରୁଛୁ ପାଇ ।
ଏଣୁ ଏଇ ମାଟି ମୋର ସରଗ
ସମାନ ଗୁରୁତ୍ଵ ମନେ ସରାଗ ।
ବରଷେ ଏଇଠି ସରଗ ମେଘ
ବନ ବିଲ ଗିରି ଶୋଭା ସଉନ୍ଦର୍ଯ୍ୟ ।
ସରଗୁ ଅଧିକ ଲାଗଇ ମନେ
ଜାତି ଜାତି ଫୁଲ ଫଳ ଯତନେ ।
ରଖିଛି ଏ ମାଟି ଆମରି ପାଇଁ
ସବୁରି ତୁଣ୍ଡରେ ଆହାର ଦେଇ ।
ସଭିଙ୍କ ଅଭାବ ଥାଏ ମେଣ୍ଟାଇ
ସଭିଙ୍କୁ ସମ୍ମାନ ଅଛି ଜଣାଇ ।
ଅନୁପମ ଦିବ୍ୟ ପୁଲକ ଧାରେ
ମନ ପ୍ରାଣ ହୃଦ ଧଉତ କରେ ।
ଏଇ ମାଟି ମୋର ସତେ ଚନ୍ଦନ
ବୋଳି ହୋଇ ନିତି ଚାଷୀ ରତନ ।
ହୁଏ ସୁପବିତ୍ର ଅରଜେ ଧର୍ମ
ସଭିଙ୍କୁ ଯୋଗାଏ ସେହି ହିଁ ଅନ୍ନ ।
ଏଣୁ ଏଇ ମାଟି ମୋର ସରଗ
ରହିଛି ରହିବ ସର୍ବଦା ଥିବ ।
ଏଇ ମାଟି ଆଉ ଧୂଳିକୁ ବୋଳି
ହେଲେ ଦେହ ଦିଶେ ଚନ୍ଦନ ଭଳି ।
ଏଣୁ ଏଇ ମାଟି ମୋର ଚନ୍ଦନ
ଶୋଭାଇବି ବୋଳି ମୋ ଅପଘନ ।