STORYMIRROR

Gopinath Jena

Romance

4  

Gopinath Jena

Romance

ମୁଁ କାହିଁକି ଭଲପାଏ

ମୁଁ କାହିଁକି ଭଲପାଏ

1 min
268

ତୁମେତ ବୁଝେନା ଲୁହର କବିତା

     ବୁକୁର ନୀରବ ଭାଷା 

ତୁମେତ ଜାଣେନା କେଡ଼େ ଭୀଷଣ ଏ

     ଭଲ ପାଇବାର ନିଶା ।


ଜାଣିଛି ମୁଁ ଦିନେ ଚାଲି ଯିବ ତମେ

      ଫେରି ତ ଚାହିଁବ ନାହିଁ

ଏ ସାରା ଜୀବନ ଜଳିବି ନୀରବେ

      କେବଳ ତୁମରି ପାଇଁ ।


ନିମିଷକ ପ୍ରୀତି ପରିଚୟ ସ୍ମୃତି

      ଭୁଲି ଯଥା ହେବ ନାହିଁ 

ଜାଣେନା ମୁଁ ନିଜେ ତଥାପି ତୁମକୁ

      ଭଲପାଏ କାହିଁ ପାଇଁ ।

     



Rate this content
Log in

Similar oriya poem from Romance