STORYMIRROR

Gopinath Jena

Romance

3  

Gopinath Jena

Romance

ସତେକି ତରଳିବ ତୁମ ପାଷାଣ ପରାଣ

ସତେକି ତରଳିବ ତୁମ ପାଷାଣ ପରାଣ

1 min
165

ତମରି ଆଘାତେ କେତେ

 ଲୁହ ଯାଏ ଝରି

ଅକୁହା ବେଦନା ଦିଏ 

ହୃଦୟ ବିଦାରି ।

ଲୋତକେ ଧୋଇଲେ ଚାରୁ

ଚରଣ କୋମଳ

ପଥର ଦେବତା ବି

ଯାଚି ଦିଏ ବର ।

ପାଷାଣ ବୁକୁରେ

ଜାଗି ଉଠେ ସମ୍ବେଦନା

ଏକାଗ୍ର ଚିତ୍ତରେ କଲେ

ତା'ର ଆରାଧନା ।

କେତେ ସ୍ନେହ କେତେ ପ୍ରେମ

ଲୁହ କଲେ ଦାନ

ସତେ ତରଳିବ ତୁମ 

ପାଷାଣ ପରାଣ ।

   ---୦---



Rate this content
Log in

Similar oriya poem from Romance