STORYMIRROR

Gopinath Jena

Romance

3  

Gopinath Jena

Romance

ତୁମେ ମୋ ମନ ବଗିଚା ର ରଜନୀଗନ୍ଧା

ତୁମେ ମୋ ମନ ବଗିଚା ର ରଜନୀଗନ୍ଧା

1 min
233

ଆଗୋ ଫୁଲେଇ ଅଳସୀ ରାଧା

ତୁମେ ମୋ ମନ ବଗିଚାର ରଜନୀଗନ୍ଧା

ତୁମ କଥାରେ ମହୁଲି ନିଶା

ତୁମ ହସରେ ମହୁ ବର୍ଷା

ତୁମ ପ୍ରୀତିର ମହକ ପାଇ

ମୁଁ ଯେ ପାଗଳ ତୁମରି ପାଇଁ

ତୁମ ପାଖେ ମନ ମୋର ହୋଇଛି ବନ୍ଧା

ତୁମେ ମୋ ମନ ବଗିଚାର ---- ।

ତୁମ ମୁହଁ ଚାହିଁ ଦେଲେ ହୁଏ ମୋ ସକାଳ

ତୁମେ ଥିଲେ ସବୁ ଦିନ ରଙ୍ଗ ହୋରି ଖେଳ

ଗୋଧୂଳି ଲଗନେ ତୁମେ ଦ୍ଵିତୀୟା ଜହ୍ନ

ତୁମ ବିନା ଅଧୁରା ମୋ ସୁଖ ସପନ

ଆହା ମୋ ଲାବଣ୍ୟ ନିଧି ଷୋଡ଼ଶୀ ରାଧା

ତୁମେ ମୋ ମନ ବଗିଚା ର ----- ।

     -----୦-----



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance