ବିସ୍ମୃତ ସରଳତା
ବିସ୍ମୃତ ସରଳତା
ତୁମ ସରଳତା କେଣେ ହଜିଗଲା
ବୁଦ୍ଧି ତୁମ ନଷ୍ଟ ହେଲା
ସୁନ୍ଦରପଣରେ ମନ ଜିଣୁଥିଲ
କୁରୂପ କାହୁଁ ଘାରିଲା ।
ମୁହିଁ ଜାଣିବାରେ ତୁମର ଅନିଷ୍ଟ
ସ୍ବପ୍ନରେ ନଥିଲି ଚିନ୍ତି
ତୁମ କାର୍ଯ୍ୟ ଯୋଗୁଁ ତୁମେ ନଷ୍ଟ ହୁଅ
ମୋ ମନେ ସ୍ଥାପିଣ ଭ୍ରାନ୍ତି।
କେତେ ହିତକଥା କେତେ ଶୁଭଚିନ୍ତା
ଥିଲା ତୁମ ମାନସରେ
ମୋ ପାଇଁ ତୁମର ମମତା ମଧୁର
ହଜିଗଲା ନିମିଷେରେ।
କିଏ ଦୂରାଚାରୀ ପଥ ଭୁଲାଇଲା
ଅବା ତୁମେ ଗଲ ଭୁଲି
ନିଜ ଗୋଡ଼ରେ ବେଡ଼ି ତ ବାନ୍ଧିଲ
ଖୋଜିବୁଲ ମରୁବାଲି ।