STORYMIRROR

Gopinath Jena

Romance

3  

Gopinath Jena

Romance

ବିସ୍ମୃତ ସରଳତା

ବିସ୍ମୃତ ସରଳତା

1 min
159

ତୁମ ସରଳତା କେତେ ହଜିଗଲା

ବୁଦ୍ଧି ତୁମ ନଷ୍ଟ ହେଲା 

ସୁନ୍ଦରପଣରେ ମନ ଜିଣୁଥିଲ

କୁରୂପ କାହୁଁ ଘାରିଲା ।

ମୁହିଁ ଜାଣିବାରେ ତୁମର ଅନିଷ୍ଟ

ସ୍ବପ୍ନରେ ନଥିଲି ଚିନ୍ତି 

ତୁମ କାର୍ଯ୍ୟ ଯୋଗୁଁ ତୁମେ ନଷ୍ଟ ହୁଅ

ମୋ ମନେ ସ୍ଥାପିତ ଭ୍ରାନ୍ତି।

କେତେ ହିତକଥା କେତେ ଶୁଭଚିନ୍ତା

ଥିଲା ତୁମ ମାନସରେ

ମୋ ପାଇଁ ତୁମର ମମତା ମଧୁର

ହଜିଗଲା ନିମିଷେରେ।

କିଏ ଦୂରାଚାରୀ ପଥ ଭୁଲାଇଲା

ଅବା ତୁମେ ଗଲ ଭୁଲି

ନିଜ ଗୋଡ଼ରେ ବେଡ଼ି ତ ବାନ୍ଧିଲ

ଖୋଜିବୁଲ ମରୁବାଲି ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance