ଖେଦ
ଖେଦ
ଶାନ୍ତି ଆକାଶ ର ଅଶାନ୍ତ କପୋତ
ରଚିଗଲା ବିଭୀଷିକା
ଭବିଷ୍ୟତ ମୋର ପାଣି ଫାଟିଗଲା
ହଜିଗଲା ସୈ।ରଶିଖା ।
ନୀରିହ ଆତ୍ମାର ବିକଳ କ୍ରନ୍ଦନ
ଶୁଭୁଅଛି କାନେ ରହି
ସବୁଥାଇ ପାଶେ କିଛି ନ ମିଳଇ
ହତାଶେ ପ୍ରାଣ ଝୁରଇ।
କାହିଁକି ବା ହେଲା କିଏ ଚାହୁଁଥିଲା
ପ୍ରାଣ ପ୍ରତିମା ବିଚ୍ଛେଦ
ସବୁ ତ ଯାଇଛି କିଛି ନ ରହିଛି
ମନେ ଭରି ଅଛି ଖେଦ ।