STORYMIRROR

Gopinath Jena

Romance

3  

Gopinath Jena

Romance

ଅବ୍ୟକ୍ତ

ଅବ୍ୟକ୍ତ

1 min
154

ତମେ ବି କହିନ

ମୁଁ ବି କହିନି

ଆମ ମନର ଏ ଗୋଟିଏ କାହାଣୀ

ରହିଲା ଅକୁହା ଜୀବନ ସାରା ।

କେତେ କଥା ଅଛି କହି ହୁଏ ନାହିଁ

କେତେ ଦାନ ଅଛି ଦେଇ ହୁଏ ନାହିଁ

ଥାଳ ରହିଯାଏ ଅପୂରା ।

ତମେ ଚାହିଁଥିଲ ମୁଁ ଆଗେ କହିବି

ମୁଁ ଚାହୁଁଥିଲି ମୁଁ ଆଗେ ଶୁଣିବି

ବହିଗଲା ସମୟର ଧାରା ।

    ----୦----


Rate this content
Log in

Similar oriya poem from Romance