STORYMIRROR

Gopinath Jena

Romance

3  

Gopinath Jena

Romance

ହଜିଲା ଅତୀତ

ହଜିଲା ଅତୀତ

1 min
169

ଦୁଃଖ ସାଗରରେ ଭସାଇଣ ମୋତେ

ସେ କୂଳେ ହେଲୁ ତୁ ସୁଖୀ

ଜାଳି ଦେଲୁ ମୋର ସବୁ ପ୍ରୀତି ସ୍ନେହ

କିଛି ନ ରଖିଲୁ ବାକି ।


କେତେ ନିନ୍ଦା ଗାଳି ନ ସହିଛି ବନ୍ଧୁ

ଜୀବନେ ତୋରି ଲାଗି 

ଥିବା ନିଶି ତୋର ରକ୍ଷକ ପରାୟେ 

ରହିଥିଲି ମୁହିଁ ଜଗି ।


ଏତେ ସହିଥିଲି ଟିକେ ନ ହସିଲୁ

କରିଦେଲୁ ମୋତେ ପର 

ଦୁଃଖର ଅନଳେ ଠେଲି ଦେଇ ମୋତେ

କି ସୁଖ ମିଳିଲା ତୋର ।


ଠାକୁର କରନ୍ତୁ ଏଇ ସଂସାରରେ 

ସୁଖରେ ତୁ ଥାଆ ରହି

ମୁଁ ମରିଗଲେ ଅବା ହଜିଗଲେ

ନ ଭାବିବୁ ମୋହ ପାଇଁ ।

  -----୦-----



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance