STORYMIRROR

Gangotri Priyadarshini

Abstract Romance Classics

4  

Gangotri Priyadarshini

Abstract Romance Classics

ମେଘ ତୁମେ

ମେଘ ତୁମେ

1 min
371

ବାଦଲର କୋହ ଭରା ଅନ୍ତର

ଅପେକ୍ଷାରେ ଭ୍ରମି ଯେବେ ହୁଏ ଦିଗହରା

ଆକାଶ ପାରେନା ସାଇତି ସେ ଅମୃତ ର ଧାରା

ବରଷି ଯାଏ ସମୟର ଆବର୍ତ୍ତନରେ ସାଜି ମେଘ ଅସରା !!


ଯେଣେ ଇଚ୍ଛା ତେଣେ ଯାଅ ହଜି

ସ୍ୱପ୍ନର ଇଲାକାରେ କାହା ଭାବନାରେ ନାଚି ନାଚି

କେତେ ଯେ ଅସମାହିତ ପ୍ରଶ୍ନର ଉତ୍ତର ହେଉଥାଏ ଖୋଜି

ଚପଳା ଛନ୍ଦରେ କେବେ କାରୁଣ୍ୟ ତ କେବେ କମନୀୟ ।।


ଝରିଯାଏ ତୁମ ଅକୁହା ବେଦନା

ଉନ୍ମତ୍ତ ପୁଣି କେବେ ତୁମେ ଅପ୍ରକାଶ୍ୟ ଭାବନାରେ

ଯେଣେ ଇଚ୍ଛା ତେଣେ ବରଷି ଯାଅ ହୋଇ ଆନମନା

ଜାଣିନି ଚାତକ ପ୍ରତୀକ୍ଷାର ଅନ୍ତ କ୍ଷଣର ପରିକଳ୍ପନା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract