STORYMIRROR

Gangotri Priyadarshini

Abstract Action Fantasy

4  

Gangotri Priyadarshini

Abstract Action Fantasy

ତୁମ ପାଇଁ ପୁଣି ଥରେ ବଞ୍ଚୁଛି

ତୁମ ପାଇଁ ପୁଣି ଥରେ ବଞ୍ଚୁଛି

1 min
399

ମୁଁ ପୁଣିଥରେ ବଞ୍ଚୁଛି 

ତୁମ ଆଶ୍ଵାସନା ଆଶ୍ରାରେ

ଈଶ୍ବରଙ୍କ ଦେବଦୂତ 

ହୁଏତ ସବୁ ଶୁଣିଛନ୍ତି 

ମୋ ମନ ମାନ ଅଭିମାନର 

ଆକୁଳ ନିବେଦନ ।


ବିଶ୍ୱାସ , ଅବିଶ୍ବାସ ର ଦୋଛକିରେ

ତୁମେ କୁଟାଖିଅ ପ୍ରାୟ 

ମୁଁ ଅନାବନା ଭାବନାର ଜାଲରେ ଛନ୍ଦା

ତୁମ ସହ ଭେଟ ସମ୍ପର୍କ ନିର୍ଭୀକ ସ୍ପଷ୍ଟ

ମୋ ଅସ୍ତିତ୍ୱର ମେରୁଦଣ୍ଡକୁ

ଦୁର୍ବଳ କରିଦେବନି ତୁମେ ।


ମୋ ଅନ୍ତର ଆତ୍ମାର ନୀରବ ପରିପ୍ରକାଶ

ମନ କୁହେ ତୁମେ ଶୁଣିବ ନିଶ୍ଚୟ

ଉନ୍ମୁକ୍ତ ପବନ ତୁମେ ମୋ ପାଇଁ

ଛୁଇଁ ଯାଅ,ବହୁ ଥାଅ 

ତୁମେ ନିଶ୍ୱାସ ପ୍ରଶ୍ୱାସ ହେଇ 


ତୁମେ ନିଜର ହୁଅ କି ନହୁଅ

ନଈ କୂଳ ଝୁମ୍ପୁଡ଼ିର କାହାଣୀ ନେଇ

ଖୋଜିବ ତୁମେ ମୋ ଭିତରେ

ଜୀବନ ବାଜିରେ ହାରଜିତ୍ ର 

ଦୁଃଖ ସୁଖର ଫର୍ଦ୍ଦ ହେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract