STORYMIRROR

Gangotri Priyadarshini

Tragedy Fantasy Inspirational

3  

Gangotri Priyadarshini

Tragedy Fantasy Inspirational

ଯେତେ ସବୁ ପ୍ରେମର କଥା

ଯେତେ ସବୁ ପ୍ରେମର କଥା

1 min
204

ଯେତେ ସବୁ ପ୍ରେମ କାହାଣୀ

ପ୍ରେମ ଗୀତି ପ୍ରେମ କବିତା

ତୁମକୁ ଲାଗେ ବାଜେ କଥା

ମୁଁ କିନ୍ତୁ ସବୁବେଳେ କୁହେ,

ହେଇ ସେମିତି କୁହନ୍ତିନି

ଏ ସବୁ କାହା ଛାତି ତଳ 

ଅକୁହା ,ଅବ୍ୟକ୍ତ ଗହନ ନୀରବତା ।।


ତୁମେ ପୁଣି କୁହ,

ପ୍ରେମ ଫ୍ରେମ ସବୁ ବେକାର କଥା

ମନର ମଣିଷ ମନ ଛାଡ଼ିଗଲେ

କାହାକୁ କହିବ କୁହ ମନର ବ୍ୟଥା ।।


ଭାବର ଅଭାବ କି ସଭିଏଁ ବୁଝନ୍ତି

ଗହନ ବନରେ ନିଆଁ ସମାନ

ଆପଣା ମ ଦୂରେଇ ଦେଲେକି

ନିର୍ଦ୍ଦୟ ହୃଦୟ ପାଖେ କି ଅଭିମାନ।।


ପ୍ରେମ କଥା ଅନ୍ୟ ପାଇଁ ବାରତା

ପ୍ରେମ ଦୁନିଆରେ ଅମର ଗାଥା

ମନର ମଣିଷ ହାତ ଧରି ଥିଲେ

ଦୁଃଖ ଆସୁ କିବା ଯେତେ ଝଡ଼ ଆସୁ

ଚାଲିବାକୁ ହେବ ଶେଷ ରାସ୍ତା ଯାଏ

ସଭିଙ୍କୁ ଶୁଣାଏ ଏହି ବାରତା

ହଁ ,ଶୁଣ ଆଉ କେବେ କହିବନି

ପ୍ରେମ ତୁମ ପାଇଁ ବେକାର କଥା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy