STORYMIRROR

DHARITRI SAHU

Romance

4  

DHARITRI SAHU

Romance

ସେ ଦିନେ"

ସେ ଦିନେ"

1 min
346


 

 




ବହିଥିଲା ଏକ ବସନ୍ତ ସେ ବନେ

ମଳୟ ପବନ ବହିଥିଲା,

ଧୋଇଥିଲା ଏକ ଝରଣା ତା ପାଦ


ପାଦପ ଲତା ରେ ଭରିଗଲା,


ନାନା ସୁଗନ୍ଧରେ ପୁରିଥିଲା ବନ


ମନୋହର ପୁଷ୍ପ ଫୁଟିଥିଲା।




କେତେ କେତେ ମିଷ୍ଠ ଫଳର ଆଘ୍ରାଣେ


ସେ ବନେ ମକ୍ଷିକା ବୁଲୁଥିଲା,


ଗାଇଥିଲା ଏକ କୋଇଲି ସେ ବନେ

ମୃଦୁ ଶୀହରଣ ଖେଳିଥିଲା।କେତେ ଫୁଲ ଫଳୁ ମଧୁ ଆହରିଣ

ବନ ପୂଜା ପାଇଁ ରଖୁଥିଲା ।


ସୂର୍ଯ୍ୟ ରଶ୍ମି ଢାଳି ପ୍ରଭାତ ଓଢ଼ଣା

ଖୋଲି ଦେଖୁଥିଲା ବନ ଶୋଭା,

ଆକାଶୁ ଚନ୍ଦ୍ରମା ନିରେଖି କହିଲା

ଆହା କି ସୁନ୍ଦର ମନ ଲୋଭା।


ଗଙ୍ଗଶିଉଳି ର ଅଧରେ କାକର

ଚୁମା ଦେଉଥିଲା ଲୁଚି ଲୁଚି,

ବନ ପୁଷ୍କରିଣୀ ଭରି ଦେଉଥିଲେ

ପଙ୍କଜ ,କୁମୁଦ ଲାଜେ ଫୁଟି।


ପ୍ରେମ ସମୀରଣେ ସଭିଏଁ ବାତୁଳ

ସାତସୁରେ ଗୀତ ନିତି ବାଜେ,

ପ୍ରିତି ଆହ୍ଲାଦିନୀ ସେ ତ ରାଧାରାଣୀ

କଳାକାହ୍ନୁ କୁ ସେ ଆସି ଖୋଜେ।


କିଏ ନେଇଗଲା ସେ ଶୋଭା ସେ ଶୀରି

ହତ ଶୀରି ବନ ଦେଶ ଆଜି,

ଝୁରୁଛି ପ୍ରେମିକ, ଝୁରୁଛି ପ୍ରେମିକା

 ସମୟ ର ହସ ଶୁଭୁଅଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance