STORYMIRROR

Jagannath Das

Romance

4  

Jagannath Das

Romance

ବସନ୍ତ ଋତୁର ସନ୍ଧ୍ୟାରେ ପ୍ରିୟା

ବସନ୍ତ ଋତୁର ସନ୍ଧ୍ୟାରେ ପ୍ରିୟା

1 min
407


ଯୁଇ ଯାଇ ମଲ୍ଲୀ

କେତକୀ ସେବତୀ

ନିକୁଞ୍ଜ ବନରେ ଫୁଟିଲା


ସଞ୍ଜ ବେଳ ଟାରେ

ପ୍ରିୟା ର ମନରେ

ପ୍ରେମ ର କଥା ତ ଜୁଟିଲା

ହସୁ ଥିଲି ମୁହିଁ ନବ ଘନିଆ

ରଶୁ ଥିଲି,ସିଏ ନୂଆକନିଆ ..l1


ଚମ୍ପା କନିଅର

ମାଧବୀ ଟଗର

ମହ ମହ ହୋଇ ବାସିଲା


ପ୍ରେମିକା ସୁନ୍ଦରୀ 

ଜାଣେ ତ ହୁନ୍ଦରୀ 

ମୋହନ ମୁହାଁ ଙ୍କୁ ରଶିଲା

ଦେଖି ହୁଏ ମୋ ହାଣି ହିଆ

ପ୍ରେୟସୀ ମୋ ଜାଣେ କିମିଆଁ..l2


ମୃଦୁ ମୃଦୁ ହୋଇ

ଏ ମନ୍ଦ ମରୁତ

ଦକ୍ଷିଣ ଦିଗରୁ ବହିଲା


ଖୁସି ଫୁଲ ରାଣୀ

ତ,ଲମ୍ପଟ ଲିଟ

ଆକାଶେ ଚାନ୍ଦ ଉଁଇଲା

କୋଇଲି ମାରୁଛି କୁହୁତାନିଆ

ପ୍ରେମିକା ର ମନ ନୁହେଁ ଛାନିଆ......l3


ବସନ୍ତ ର ବାତ

ଉଲୁସା ଇ ଚିତ୍ତ

ଯୁବତୀ ମନ କୁ ମୋହିଲା


ସ୍ୱର୍ଗ ପୁର ଶଶୀ

ଅଟେ ଅବିଶ୍ୱାସୀ 

ପର ନାରୀନାଶି ରହିଲା

ରଶିକ ପ୍ରବର ଭାରି ଛାନିଆ

ପ୍ରେମଦିଆନିଆ ସ୍ୱାଦ ମହୁଆ...l4



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance