ବସନ୍ତ ଋତୁର ସନ୍ଧ୍ୟାରେ ପ୍ରିୟା
ବସନ୍ତ ଋତୁର ସନ୍ଧ୍ୟାରେ ପ୍ରିୟା
ଯୁଇ ଯାଇ ମଲ୍ଲୀ
କେତକୀ ସେବତୀ
ନିକୁଞ୍ଜ ବନରେ ଫୁଟିଲା
ସଞ୍ଜ ବେଳ ଟାରେ
ପ୍ରିୟା ର ମନରେ
ପ୍ରେମ ର କଥା ତ ଜୁଟିଲା
ହସୁ ଥିଲି ମୁହିଁ ନବ ଘନିଆ
ରଶୁ ଥିଲି,ସିଏ ନୂଆକନିଆ ..l1
ଚମ୍ପା କନିଅର
ମାଧବୀ ଟଗର
ମହ ମହ ହୋଇ ବାସିଲା
ପ୍ରେମିକା ସୁନ୍ଦରୀ
ଜାଣେ ତ ହୁନ୍ଦରୀ
ମୋହନ ମୁହାଁ ଙ୍କୁ ରଶିଲା
ଦେଖି ହୁଏ ମୋ ହାଣି ହିଆ
ପ୍ରେୟସୀ ମୋ ଜାଣେ କିମିଆଁ..l2
ମୃଦୁ ମୃଦୁ ହୋଇ
ଏ ମନ୍ଦ ମରୁତ
ଦକ୍ଷିଣ ଦିଗରୁ ବହିଲା
ଖୁସି ଫୁଲ ରାଣୀ
ତ,ଲମ୍ପଟ ଲିଟ
ଆକାଶେ ଚାନ୍ଦ ଉଁଇଲା
କୋଇଲି ମାରୁଛି କୁହୁତାନିଆ
ପ୍ରେମିକା ର ମନ ନୁହେଁ ଛାନିଆ......l3
ବସନ୍ତ ର ବାତ
ଉଲୁସା ଇ ଚିତ୍ତ
ଯୁବତୀ ମନ କୁ ମୋହିଲା
ସ୍ୱର୍ଗ ପୁର ଶଶୀ
ଅଟେ ଅବିଶ୍ୱାସୀ
ପର ନାରୀନାଶି ରହିଲା
ରଶିକ ପ୍ରବର ଭାରି ଛାନିଆ
ପ୍ରେମଦିଆନିଆ ସ୍ୱାଦ ମହୁଆ...l4

