STORYMIRROR

Laxmi Priya

Romance

4  

Laxmi Priya

Romance

କେମିତି କହିବି

କେମିତି କହିବି

1 min
429

କେମିତି କହିବି ତୁମକୁ ଜାଣିନି

ତୁମକୁ ମୁଁ କେତେ ଭଲପାଏ,

ଆଖି କହେ ମୋର ସ୍ପଷ୍ଟ ଭାବରେ

ତୁମକୁ ମୁଁ କେତେ ଭଲପାଏ।

କଲମ କହେ ମୋ, କବିତା ବି କହେ

ତୁମକୁ ମୁଁ କେତେ ଭଲପାଏ,

 ଫର୍ଦ୍ଦେ କାଗଜରେ ଶବ୍ଦ କିଛି କହେ

ତୁମକୁ ମୁଁ କେତେ ଭଲପାଏ।

ନିଦ ହଜା ଏଇ ରାତି ହିଁ ଜାଣିଛି

ତୁମକୁ ମୁଁ କେତେ ଭଲପାଏ,

ନିଦ ବି ଜାଣିଛି, ସ୍ବପ୍ନ ବି ଜାଣିଛି

ତୁମକୁ ମୁଁ କେତେ ଭଲପାଏ।

ଭାବିହୁଏ ଯେତେ ଭାବନା ଜାଣିଛି

ତୁମକୁ ମୁଁ କେତେ ଭଲପାଏ।

ହୃଦୟେ ସାଇତା ସ୍ମୃତି ସବୁ କହେ

ତୁମକୁ ମୁଁ କେତେ ଭଲପାଏ,

 ନୀରବେ, ନିର୍ଜନେ ଲୁହ କହିଯାଏ

ତୁମକୁ ମୁଁ କେତେ ଭଲପାଏ।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance