STORYMIRROR

Laxmi Priya

Classics Inspirational

3  

Laxmi Priya

Classics Inspirational

ହେ କାହ୍ନା

ହେ କାହ୍ନା

1 min
222

ଦେଖିନି ତୁମକୁ କେବେ

ବେନି ନୟନରେ

ବିଶ୍ଵାସରେ ନିତି ପୂଜେ

ମନ ମନ୍ଦିରରେ।

ଦୁଃଖ,ଶୋକ, ଅବଶୋଷ

ତୁମ ପାଶେ ଶେଷ

ଧୌର୍ଯ୍ୟହୀନା ମୁହିଁ କରେ

ତୁମ ଠାରେ ଆଶ।

ମାନ ଅଭିମାନ ମୋର

ଅକୁହା କାହାଣୀ

କହେ ତୁମ ଆଗେ ସବୁ

ତୁମେ ଅଛ ଶୁଣି।

କହିପାରେ ନାହିଁ ଯାହା

ଲୁହ ହୋଇ ଝରେ

କେଉଁ କଥା ଅଛି ଅବା

ତୁମ ଅଗୋଚରେ।

ତୁମେ ସଖା ସହୋଦର

ଆରତ ଭଞ୍ଜନ

ଅବତରି ଆସ ହୃଦେ

କରେ ଆବାହନ।

ମାଗୁନାହିଁ ଧନରତ୍ନ

ମାଗୁନାହିଁ ସୁଖ

ଧୈର୍ଯ୍ୟ ଦିଅ ସହିବାକୁ

କର୍ମଫଳ, ଦୁଃଖ।

ସ୍ନେହ,ପ୍ରେମ, କରୁଣା

ମୋ ହୃଦେ ଦିଅ ଭରି

କର୍ମ ପଥେ ଚାଲୁଥାଏ

ତୁମ ନାମ ସ୍ମରି।

କାହାରି ମନରେ କଷ୍ଟ

ନ ଦିଏ ମୁଁ କେବେ

ମନ୍ଦ ଚିନ୍ତା,ମନ୍ଦ କର୍ମ

ନ ରହୁ ସ୍ୱଭାବେ।

ତୁମକୁ ଡାକୁଛି ସଖା

ଆକୁଳ ଅନ୍ତରେ

ସତ ହେଉ ଅବା ସ୍ୱପ୍ନ

ଦେଖାଦିଅ ଥରେ।

ଜୀବନ ଯାତ୍ରାରେ ତୁମେ

ରହିଥାଅ ସାଥେ

ଶେଷ ବେଳେ ତୁମ ଛବି

ରହିଥାଉ ନେତ୍ରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics